Only for Entertainment

ବାହୁବଲୀ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଲେ ନବାଜ, ଭାଇରାଲ ହେଉଛି ଭିଡିଓ !

49

ଅଭିନେତା ନବାଜୁଦ୍ଦିନ ସିଦ୍ଦିକି କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ବୋଲେ ଚୁଡିଆଁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ଏହି ଫିଲ୍ମରେ ନବାଜଙ୍କ ବିପକ୍ଷରେ ମୌନୀ ରୟଙ୍କୁ କାଷ୍ଟ କରାଯାଇଥିଲା, ପୁଣି ଖବର ମିଳିଥିଲା ଯେ ମୌନୀ ଏହି ଫିଲ୍ମରେ ଅଭିନୟ କରିବେ ନାହିଁ । ଏବେ ଏହି ଫିଲ୍ମରେ ନବାଜୁଦ୍ଦିନ ବାହୁବଲୀର ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ସହ ନଜର ଆସିଛନ୍ତି । ନିକଟରେ ଏହି ଫିଲ୍ମର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତମନ୍ନାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ନବାଜ ନିଜ ସୋସିଆଲ ମିଡିଆ ଅକାଉଂଟରେ ଏହି ଭିଡିଓ ଶେୟାର କରିଛନ୍ତି । ସେ ଭିଡିଓ ଶେୟାର କରି କ୍ୟାପଶନରେ ଲେଖିଛନ୍ତି ଯେ ” ଅବ ଅପୁନ କୋ ଲାଇଫ ମେ ଲଫଡା ନେହି ଚାହିୟେ ବସ ରୋମାନ୍ସ ଔର ଫ୍ୟାମିଲି ।”


ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ନବାଜୁଦ୍ଦିନ ଏବଂ ତମନ୍ନାଙ୍କ ମଧ୍ୟରେ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଭିଡିଓରେ ତମନ୍ନା, ନବାଜୁଦ୍ଦିନଙ୍କ ସହ ମିଶି ଗୁଡି ଉଡାଉଛନ୍ତି । ଭିଡିଓରେ ଆପଣ ମଧ୍ୟ ଦେଖିପାରୁଥିବେ ନବାଜ କିଭଳି ତମନ୍ନାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶର୍ମାସ ନବାଜ ସିଦ୍ଦିକି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More