Only for Entertainment

ନିଜ ବିବାହକୁ ନେଇ ତମନ୍ନା ଭାଟିୟାଙ୍କ ଖୁଲାସା !

36

ଅଭିନେତ୍ରୀ ତମନ୍ନା ଭାଟିୟା କିଛି ଦିନ ହେବ ନିଜ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଅସଲରେ ଅନେକ ଦିନ ହେବ ଖବର ଶୁଣିବାକୁ ମିଳିଥିଲା ଯେ ତମନ୍ନା ଚଳିତ ବର୍ଷ ନିଜ ବୟଫ୍ରେଣ୍ଡ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ସେହିକାରଣରୁ ଫ୍ୟାନ୍ସ ମଧ୍ୟ ତମନ୍ନାଙ୍କ ବିବାହକୁ ନେଇ ଖୁବ ଉତ୍ସାହିତ ଥିଲେ । ନିକଟରେ ବିବାହ ବିଷୟରେ ତମନ୍ନାଙ୍କୁ ପ୍ରଶ୍ନ କରାଯିବାରୁ ସେ ବିବାହକୁ ପୂରା ମନା କରିଛନ୍ତି । ସେ କହିଛନ୍ତି ଏବେ ବିବାହକୁ ନେଇ ତାଙ୍କର କୌଣସି ପ୍ଲାନ ନାହିଁ । ବିବାହ ବ୍ୟତୀତ ତାଙ୍କର ଆହୁରି ଅନେକ କାମ ରହିଛି ଯାହା ପାଇଁ ସେ ଚିନ୍ତା କରିବାକୁ ଚାହୁଁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ତମନ୍ନା ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ବଲିଉଡ ଫିଲ୍ମରେ ତମନ୍ନା କିଛି ଖାସ ଧମାଲ ମଚାଇ ପାରିନଥିଲେ, କିନ୍ତୁ ତାଙ୍କର ସାଉଥ ଫିଲ୍ମ ସୁପରହିଟ । ଅପକମିଂ ବିଷୟରେ କହିବାକୁ ଗଲେ ତମନ୍ନା ଖୁବ ଶୀଘ୍ର ଏକ ତାମିଲ ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More