ତାମିଲନାଡୁର ରେଳବାଇ ଟ୍ରାକରେ ନୃତ୍ୟ କରୁଥିବାର ନଜର ଆସିଲେ ମୟୁର, ଇଂଟରନେଟରେ ଭାଇରାଲ ହେଉଛି ଭିଡିଓ !
ଏବେ ସାରା ଦେଶରେ ବର୍ଷା ହାହାକାର ମଚାଉଛି । ଗତ କିଛି ଦିନରୁ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା କାରଣରୁ ବନ୍ୟାର କରାଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହାମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ମୟୂର ରେଳବାଇ ଟ୍ରାକରେ ଡାନ୍ସ କରୁଛନ୍ତି । ଇଂଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓ ତାମିଲନାଡୁର ରାମନାଥପୁରମ ଜିଲ୍ଲାର ଅଟେ । ଯେଉଁଠି ଶନିବାର ଦିନ କିଛି ମୟୁର ନାଚୁଥିବାର ନଜର ଆସିଥିଲେ । ଏହି ଭିଡିଓ ମଣ୍ଡପମ ଇଲାକାରେ ସୁଟ କରାଯାଇଛି । ଭିଡିଓକୁ ସମସ୍ତେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି ।
#WATCH Tamil Nadu: Peacocks dance along the railway line in Mandapam, Ramanathapuram. pic.twitter.com/FJifu4YVDl
— ANI (@ANI) August 17, 2019
ଏଠାରେ ଆମେ କହି ରଖୁଛୁ ଯେ ଭିଡିଓକୁ ଦେଖିବା ପରେ ଲୋକମାନେ ଏହି ଦୃଶ୍ୟକୁ ଖୁବ ପ୍ରଶଂସା କରିବାରେ ଲାଗି ପଡିଛନ୍ତି । ଅନେକ ୟୁଜର୍ସ ଏହା ମଧ୍ୟ ଲେଖିଛନ୍ତି ଯେ ଅନେକ ସମୟ ପରେ ଦକ୍ଷିଣ ଭାରତରେ କିଛି ଭଲ ଜିନିଷ ଦେଖିବାକୁ ମିଳିଲା ।