Only for Entertainment

ତାମିଲନାଡୁରେ ଦେବୀ ପ୍ରତିମାଙ୍କୁ ସାଲ୍ଓ୍ଵାର୍ କମିଜ ପିନ୍ଧାଇ ଦୁଇ ପୂଜକ ବହିଷ୍କୃତ

Gulte
0 64

ମୟୀଲାଡୁତୁରାଇରେ ଥିବା ପ୍ରସିଦ୍ଧ ମୟୁରନାତର ମନ୍ଦିର ଦୁଇ ପୂଜକଙ୍କୁ ସୋମବାର ଦିନ ବହିଷ୍କାର କରାଯାଇଛି। ସେମାନେ ଦେବୀ ପ୍ରତିମାଙ୍କୁ ସାଲ୍ଓ୍ଵାର୍ କମିଜରେ ଭୂଷିତ କରିଥିବାର ଅଭିଯୋଗ ଆସିଥିଲା । ପ୍ରତି ଶୁକ୍ରବାର ଦିନ ଦେବୀ ଅବୟମ୍ବିଗାଇଙ୍କ ପ୍ରତିମାକୁ ରଙ୍ଗିନ କାଗଜରେ ଆବୃତ କରି ସାନ୍ଧନା କାପୁ କରାଯିବା ବିଧି ରହିଛି। ଗତ ଶୁକ୍ରବାର ଦିନ ପୂଜକ ରାଜ ଦେବୀ ପ୍ରତିମା ଶରୀରକୁ ଶାଢ଼ି ପରିବର୍ତ୍ତେ ଗୋଲାପି ସାଲ୍ଓ୍ଵାର୍ କାମିଜ ସହ ନୀଳ ଦୁପଟ୍ଟାରେ ଆବୃତ କରିଥିଲେ।

ରାଜ ହେଉଛନ୍ତି ବରିଷ୍ଠ ପୂଜକ କଲ୍ୟାଣମଙ୍କର ସନ୍ତାନ। ବାପାଙ୍କୁ ସହାୟତା କରିବାକୁ ସେ ଗତ ଅଗଷ୍ଟ ମାସରେ ମନ୍ଦିରରେ ନିଯୁକ୍ତ ହୋଇଥିଲେ। ଦୁଇ ପୂଜକ ନିଜର ମାତ୍ରାଧିକ ଉତ୍ସାହଜନକ କାର୍ୟ୍ୟ ଯୋଗୁଁ ମନ୍ଦିର ପ୍ରଶାସନ ଦାୟିତ୍ୱରେ ଥିବା ତିରୁବାବାଦୁତୁରାଇ ଅଧୀନମ୍ର କାର୍ୟ୍ୟାନୁଷ୍ଠାନର ସରବ୍ୟ ହୋଇଛନ୍ତି। ୧୦୦୦ ବର୍ଷର ଏ ପୁରାତନ ମନ୍ଦିରର ଭକ୍ତ ଏବଂ ଅନ୍ୟ ବରିଷ୍ଠ ପୂଜକମାନଙ୍କ ଠାରୁ ଅଭିଯୋଗ ପାଇବା ପରେ ମନ୍ଦିର ପ୍ରଶାସନ ସେମାନଙ୍କୁ ବହିଷ୍କାର କରିଛି।

ମନ୍ଦିର ପ୍ରଶାସକ ଏସ୍ ଗଣେଶନ୍ କହନ୍ତି: କାର୍ୟ୍ୟାନୁଷ୍ଠାନ କଥା ସ୍ମରଣକୁ ନ ନେଇ ପୂଜାରି ଏମିତି କରି ପକାଇଛନ୍ତି। ଆମେ ପଚାରିଲାରୁ ଦୁହେଁ ଭୁଲ୍ ସ୍ୱୀକାର କରିଛନ୍ତି। ଭକ୍ତମାନଙ୍କ ବିରୋଧ ଏବଂ ଆଗମା ନୀତି ବିରୋଧ ହୋଇଥିବାରୁ ଆମେ ରାଜ୍ ଏବଂ ତାଙ୍କ ପିତା କଲ୍ୟାଣମଙ୍କୁ ବହିଷ୍କାର କରିଛୁ।

ପ୍ରଚାର ପାଇଁ ରାଜ୍ ନିଜର ବନ୍ଧୁମାନଙ୍କ ପାଖକୁ ସାମାଜିକ ଗଣମାଧ୍ୟମ ଜରିଆରେ ନୂତନବେଶ ସାଜିଥିବା ଦେବୀ ପ୍ରତିମାଙ୍କ ଫଟୋ ପଠାଇବାରୁ ତାହା ଭାଇରାଲ୍ ହୋଇଛି।

ଭକ୍ତମାନେ କହନ୍ତି: ରାଜ୍ ଭାରି ପ୍ରଚାର ରଙ୍କୁଣା। କିଛି ମାସ ତଳେ ରାଜ୍ ଗୁରୁକ୍କଲ୍ ନନ୍ଦିଙ୍କ ପ୍ରତିମାକୁ ୧୫୦୦୦ଟି ୧୦୦ଟଙ୍କିଆ ନୋଟ୍ରେ ଆବୃତ କରିଥିଲେ। ସେତେବେଳେ ଏ କାର୍ୟ୍ୟ ପାଇଁ ତାଙ୍କୁ କେତେକ ଭକ୍ତ ଏବଂ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। କିନ୍ତୁ, ଏଥର ସେ ଅଡୁଆରେ ପଡ଼ିଯାଇଛନ୍ତି।

ରାଜଙ୍କୁ ପଚରା ଯାଆନ୍ତେ, ସେ କହିଲେ କି, ଏମିତି କରିବାକୁ ତାଙ୍କୁ କେହି ପ୍ରବର୍ତ୍ତାଇ ନ ଥିଲେ। ମୁଁ ଭିନ୍ନ ବାଗରେ ଦେବୀଙ୍କୁ ସଜାଇବାକୁ ଚାହୁଁଥିଲି। କିନ୍ତୁ ତାହା ଦର୍ଶନକାରୀଙ୍କୁ ବାଧିଲା। ମାନୁଛି, ଏଇଟା ବଡ଼ ଭୁଲ୍। ମନ୍ଦିରର ଗୌରବ ହାନି କରିବା ମୋର ଉଦ୍ଦେଶ୍ୟ ନୁହେଁ। ମୁଁ କ୍ଷମାପ୍ରାର୍ଥୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More