Only for Entertainment

୬ କି.ମି ପର୍ଯ୍ୟନ୍ତ ଗର୍ଭବତୀ ପତ୍ନୀଙ୍କୁ କାନ୍ଧରେ ଧରି ହସ୍ପିଟାଲରେ ପହଂଚିଲେ ବ୍ୟକ୍ତି

punjabkesari
29

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ଭିଡ଼ିଓ ଯାହାର ଉଦାହରଣ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆଜିର ସମାଜ ଏଭଳି ମାନବିକତାର ପରିଚୟ ଦେଉଥିବା ଘଟଣା ସାମ୍ନାକୁ ଆସିଛି । ସଂପର୍କର ମୂଲ୍ୟବୋଧକୁ ବୁଝୁ ନଥିବା ବା ବୁଝି ନବୁଝିବା ଭଳି ଅଭିନୟ କରୁଥିବା ଅବିବେକି ମଣିଷ ମାନଙ୍କ ଚେହେରାର କରାଳ ରୂପ ବାରମ୍ବାର ପୁରୁଣା କାହାଣୀକୁ ଦୋହରାଉଛି । ଆଜ୍ଞା ହଁ ଭାଇରାଲ ହେଉଥିବା ଭିଡ଼ିଓରେ ସେହିଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ।

 

ଘଟଣା ତାମିଲନାଡୁର ଇରୋଡ଼ା ନିକଟବର୍ତ୍ତୀ ବରଗୁର ଗାଁର ମଧେଶ ଓ ତାଙ୍କ ପତ୍ନୀଙ୍କର । ଗତ ସୋମବାର ଅପରାହ୍ନ ୪ଟାରେ ମଧେଶଙ୍କ ପତ୍ନୀଙ୍କ ଲେବର ପେନ ହେବାରୁ ମଧେଶ ୧୦୮କୁ ଫୋନ କଲ କଲେ । କିନ୍ତୁ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଆସିବାକୁ ମନା କରିଦେଲା । ଯାହାପରେ ମଧେଶ ଗାଁ ଲୋକଙ୍କ ସହାୟତାରେ ୬ କିମି ପର୍ଯ୍ୟନ୍ତ ଲମ୍ବା ରାସ୍ତା ପାର କରି ମେଦାନୀ ଅଂଚଳରେ ପହଂଚିଲେ । ସେଠାରେ ଆମ୍ବୁଲାନ୍ସକୁ ଅପେକ୍ଷା କରି କରି ଦୀର୍ଘ ସମୟ ବିତିଯିବା ପରେ ମଧେଶଙ୍କ ପତ୍ନୀଙ୍କୁ ନିକଟସ୍ଥ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଗଲା । ଯାହାପରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More