Only for Entertainment

୧୦ ମାସ ପରେ ଦୁବାଇ ଜେଲରୁ ବାହାରିଲେ ଅମିତ ଟଣ୍ଡନଙ୍କ ପତ୍ନୀ ।

aajtak
0 53

ଅଭିନେତା ଅମିତ ଟଣ୍ଡନଙ୍କ ପତ୍ନୀ ଶେଷରେ ଜେଲରୁ ବାହାରିଛନ୍ତି । ୧୦ ମାସ ପରେ ସେ ତାଙ୍କର ୭ ବର୍ଷର ଝିଅକୁ ଦେଖି ପାରିଛନ୍ତି ।

ସ୍ପଟବଏ ଖବର ଅନୁସାରେ ରୁବି ଜେଲରୁ ବାହାରି ସାରିଛନ୍ତି । କିଛି ଲିଗାଲ ଔପଚାରିକତା ପୂରଣ କରିବା ବାକି ରହିଛି । ଏବେ ଅମିତ ଟଣ୍ଡନ ଏବଂ ତାଙ୍କ ଝିଅ ଦୁବାଇରେ ଅଛନ୍ତି । ଅମିତ ପ୍ରାୟ ସମୟ ରୁବିଙ୍କୁ ଦେଖା କରିବାକୁ ଦୁବାଇ ଯାଉଥିଲେ । ତେବେ ୧୦ ମାସ ପୂର୍ବରୁ ରୁବିଙ୍କୁ ଗିରଫ କରାଯାଇଥିଲା । ରୁବିଙ୍କୁ ଜେଲରୁ ବାହାର କରିବା ପାଇଁ ଅମିତ ଖୁବ ପ୍ରୟାସ କରିଛନ୍ତି । କେବଳ ସେତିକି ନୁହେଁ ରୁବିଙ୍କୁ ଦେଖା କରିବାକୁ ମୌନି ମଧ୍ୟ ଜେଲକୁ ଯାଇଥିଲେ ।

 


ଖବର ଅନୁସାରେ ରୁବି ଏବଂ ମୌନି ଖୁବ ଭଲ ସାଙ୍ଗ । ତେବେ ଦୁବାଇ ହେଲଥ ଅଥୋରିଟି ରୁବିଙ୍କ ଉପରେ ସରକାରୀ ଅଧିକାରୀଙ୍କୁ ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ କରିଥିଲେ । ରୁବି ଜଣେ ଡର୍ମିଟୋଲୋଜିଷ୍ଟ ।

ଅମିତ ଟଣ୍ଡନ ଏବଂ ରୁବି ୨୦୦୭ରେ ବିବାହ କରିଥିଲେ । ତାଙ୍କର ଏକ ୭ ବର୍ଷର ଝିଅ ମଧ୍ୟ ଅଛି । ରୁବି ଜେଲ ଯିବା ପୂର୍ବରୁ ଦୁଇଜଣଙ୍କର ଅଲଗା ହେବାର ଖବର ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More