ସାମଗ୍ରୀ-
ଜୁଆଣି- ୧/୨ ଚାମଚ
ଲାଲ ଲଙ୍କା – ୧ ଚାମଚ
କଳା ଲୁଣ- ୧/୨ ଚାମଚ
ତନ୍ଦୁରୀ ମସଲା- ୨ ଚାମଚ
ଶୁଖିଲା ମେଥି ପତ୍ର- ୧/୨ ଚାମଚ
ଲୁଣ- ୧/୨ ଚାମଚ
ଅଦା-ରସୁଣ ପେଷ୍ଟ- ୨ ଚାମଚ
ଦହି- ୨୪୦ ଗ୍ରାମ
ତେଲ- ୧ ଚାମଚ
କର୍ନଫ୍ଲୋର- ୧ ଚାମଚ
ଅଧା ସିଝା ଆଳୁ- ୪୦୦ ଗ୍ରାମ
ପ୍ରଣାଳୀ-
– ପ୍ରଥମେ ଏକ ବାଉଲ୍ ନେଇ ସିଝା ଆଳୁକୁ ଛାଡି ସମସ୍ତ ସାମଗ୍ରୀକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ ।
– ବର୍ତ୍ତମାନ ଏହି ପେଷ୍ଟରେ ଆଳୁ ପକାଇ ୧୫ ମିନିଟ ପର୍ଯ୍ୟନ୍ତ ମ୍ୟାରିନେଟ ହେବା ପାଇଁ ଛାଡି ଦିଅନ୍ତୁ ।
– ଏହାପରେ ଏକ କାଠିରେ ଆଳୁକୁ ଲଗାଇ ଓଭନରେ ୩୫୦ ଡିଗ୍ରୀ ଫାରେନାହାଇଟ ରୁ ୧୮୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ୨୫ ମିନିଟ ପାଇଁ ସେକନ୍ତୁ ।
– ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମ ଗରମ ମସଲା ଆଳୁ ଟିକା । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।