Only for Entertainment

ସାମ୍ନାକୁ ଆସିଲା ତାନାଜୀ ଫିଲ୍ମର ଆଉ ଏକ ପୋଷ୍ଟର, ନଜର ଆସିଲା ସୈଫ ଅଲୀ ଖାନଙ୍କ ଭୟଙ୍କର ଅବତାର !

23

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ ‘ତାନାଜୀ’ । ଏହି ପରିୟଡ-ଡ୍ରାମା ଫିଲ୍ମରେ ମୁ୍ଖ୍ୟ ଚରିତ୍ରରେ ବଳିଉଡ ହ୍ୟାଣ୍ଡସମ୍ ହିରୋ ଅଜୟ ଦେବଗନ ନଜର ଆସିବାକୁ ଯାଉଛନ୍ତି । ଗତକାଲି ଅଜୟ ଟୁଇଟରରେ ଫିଲ୍ମର ନୂଆ ପୋଷ୍ଟର ଶେୟାର କରିଛନ୍ତି । ଏଥିରେ ସୈଫ ଅଲ୍ଲି ଖାନଙ୍କ ଲୁକ୍ ଦେଖିବାକୁ ମିଳିଛି । ଫିଲ୍ମ ତାନାଜିରେ ଉଦୟବାନ୍ ସିଂ ରାଥୋର ଚରିତ୍ରରେ ନଜର ଆସିଛନ୍ତି ବଲିଉଡ ନବାବ ସୈଫ ଅଲ୍ଲି ଖାନ୍ । ଦୀର୍ଘ ୧୩ବର୍ଷର ବ୍ୟବଧାନ ପରେ ଏବେ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି ସୈଫ ଓ ଅଜୟ ।

ଶେଷ ଥର ପାଇଁ ଉଭୟେ ୨୦୦୬ରେ ଫିଲ୍ମ ଓମ୍କାରରେ ନଜର ଆସିଥିଲେ । ଏବେ ପୁଣି ଫିଲ୍ମ ତାନାଜିରେ ଏକାଠି ନଜର ଆସିବେ ସୈଫ- ଅଜୟ । ଟୁଇଟରରେ ଏହି ପୋଷ୍ଟରକୁ ଅଜୟ ଦେବଗନ ଶେୟାର କରିଥିବା ବେଳେ ସେ ଏଥିରେ ଏକ ସୁନ୍ଦର କ୍ୟାପସନ ଲେଖିଛନ୍ତି । ଉଦୟବାନଙ୍କ ଦରବାରରେ କାହାରିକୁ କ୍ଷମା ନାହିଁ, କେବଳ ଦଣ୍ଡ ମିଳିଥାଏ ବୋଲି କ୍ୟାପସନରେ ଲେଖାଯାଇଛି । ତେବେ ପୋଷ୍ଟରରେ କ୍ୟାପସନ ସହ ସୈଫଙ୍କ ଲୁକ୍ ଦେଖିଲା ପରେ ଫିଲ୍ମରେ ସେ ଖଳନାୟକ ଭୁମିକାରେ ନଜର ଆସିବେ ବୋଲି ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More