Only for Entertainment

ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’କୁ ଟାକ୍ସ ଫ୍ରି ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର

Mahamtb
54

ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ ‘ତାଣାଜୀ’କୁ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି। ଅଜୟ ଦେବଗନଙ୍କ ‘ତାଣାଜୀ’ କରମୁକ୍ତ ହେବା ପରେ ଏହାର ସୁପ୍ରଭାବ ଫିଲ୍ମର ବ୍ୟବସାୟ ଉପରେ ପଡ଼ିବ ବୋଲି କୁହାଯାଉଛି। ଫିଲ୍ମଟି ପ୍ରଥମ ତିନି ଦିନରେ ୬୧.୭୫ କୋଟି ଟଙ୍କାର ବ୍ୟବସାୟ କରିଛି।

ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ୟରେ ‘ତାଣାଜୀ’ କରମୁକ୍ତ ହେବା ଫଳରେ ଏଠାରେ ଦର୍ଶକଙ୍କ ସଂଖ୍ୟା ବଢ଼ିଯିବ ବୋଲି ଆଶା କରାଯାଉଛି। ଏହି କାରଣରୁ ଆଉ ଦୁଇ ବା ତିନି ଦିନ ଭିତରେ ‘ତାଣାଜୀ’ ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଅଜୟ ଦେବଗନଙ୍କ ‘ତାଣାଜୀ’ ସହ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ୍’ ଏକାଦିନେ ରିଲିଜ୍ ହୋଇଥିଲା। ‘ତାଣାଜୀ’ ପରି ଫିଲ୍ମ ‘ଛପାକ୍’ ମଧ୍ୟପ୍ରଦେଶ, ଛତିଶଗଡ଼, ଏବଂ ରାଜସ୍ଥାନରେ କରମୁକ୍ତ ହୋଇଛି।

ଉଲ୍ଲେଖଯୋଗ୍ୟ, ମରାଠା ଓ ମୋଗଲ ଶାସକଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ନିର୍ମିତ ହୋଇଛି ‘ତାଣାଜୀ’ । ଏହି ବ୍ୟୟବହୁଳ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜୋଲ ଅଭିନୟ କରିଛନ୍ତି। ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଓମ ରାଉତ ।

ଐତିହାସିକ କାହାଣୀ ଆଧାରିତ ସିନେମା ତାଣାଜୀରେ ଏହି ତିନି କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଛି । ଅଜୟ ଦେବଗନ ଓ କାଜୋଲ ୫ ବର୍ଷର ବ୍ୟବଧାନ ପରେ ଏକାଠି ଅଭିନୟ କରିଛନ୍ତି ‘ତାଣାଜୀ’ରେ ।

ଅନ୍ୟପଟେ ସତ୍ୟକାହାଣୀ ଉପରେ ନିର୍ମିତ ହୋଇଛି ‘ଛପାକ୍’ । ଦିଲ୍ଲୀର ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂର୍ଘଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘ଛପାକ୍’ । ମେଘନା ଗୁଲଜାର ଏହାର ନିର୍ଦେଶିକା । ଏଥିରେ ଦୀପିକା ପାଦୁକୋନ୍ ଓ ବିକ୍ରାନ୍ତ ମାସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More