Only for Entertainment

ଡବଲ ଆକ୍ସନ ସହ ତାନାଜୀ : ଦ ଅନସଙ୍ଗ ୱାରିଅରର ଦ୍ୱିତୀୟ ଟ୍ରେଲର ରିଲିଜ କରିଛନ୍ତି ଫିଲ୍ମ ମେକର୍ସ ।

29

ଫିଲ୍ମ ମେକର୍ସ ତାନାଜୀ : ଦ ଅନସଙ୍ଗ ୱାରିଅରର ଆଉ ଏକ ଟ୍ରେଲର ରିଲିଜ କରିଛନ୍ତି । ଅଜୟ ଦେବଗନ, କାଜୋଲ ଏବଂ ସୈଫ ଅଲୀ ଖାନଙ୍କ ଏହି ପିରିଅଡ ଡ୍ରାମା ଫିଲ୍ମର ଦ୍ୱିତୀୟ ଟ୍ରେଲରରେ ଡବଲ ଆକ୍ସନ ଦେଖିବାକୁ ମିଳିଛି । ଟ୍ରେଲରରେ ପୋଷାକ, ଡାଏଲଗ ଏବଂ ଆକ୍ସନ ଦେଖି ଦର୍ଶକ ଏହି ଫିଲ୍ମକୁ ଉତ୍ସାହର ସହ ଚାହିଁ ବସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହା ପୂର୍ବରୁ ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ ହୋଇଥିଲା ଏବଂ ଏହା ସହ ୨ଟି ଗୀତ ମଧ୍ୟ ରିଲିଜ ହୋଇଥିଲା । ଏହାକୁ ଲୋକମାନେ ଖୁବ ପସନ୍ଦ କରିଥିଲେ ।

ତେବେ ଏହି ଦ୍ୱିତୀୟ ଟ୍ରେଲରରେ ତାନାଜୀ ମାଲସୁରେ ଭୂମିକାରେ ଅଜୟ ଦେବଗନ ଏବଂ ଖଳନାୟକ ଉଦୟଭାନଙ୍କ ଭୂମିକାରେ ସୈଫ ଅଲୀ ଖାନଙ୍କ ଜବରଦସ୍ତ ଯୁଦ୍ଧ ଦେଖିବାକୁ ମିଳିଛି । ସେହିଭଳି ତାନାଜୀଙ୍କ ପତ୍ନୀ ସାବିତ୍ରୀ ଭୂମିକାରେ କାଜୋଲ ନିଜ ସ୍ୱାମୀଙ୍କ ସହ ବୀରାଙ୍ଗିନୀ ଭାବେ ଛିଡା ହୋଇଥିବା ନଜର ଆସିଛନ୍ତି ।


ଫିଲ୍ମରେ ଅଜୟ ଦେବଗନ, କାଜୋଲ ଏବଂ ସୈଫଙ୍କ ବ୍ୟତୀତ ଶିବାଜୀ ମହାରାଜ ଭୂମିକାରେ ଶରଦ କେଲକର, ଜିଜାମାତା ଭୂମିକାରେ ପଦ୍ମାବତୀ ରାଓ ନଜର ଆସିବେ । ଏହି ଫିଲ୍ମ ୧୦ଜାନୁଆରୀରେ ପରଦାରେ ରିଲିଜ ହେବାକୁ ଯାଉଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଦୀପିକା ପାଦୁକୋଣଙ୍କ ଫିଲ୍ମ ଛପାକକୁ କଡା ଟକ୍କର ଦେଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More