Only for Entertainment

ଅମିତାଭଙ୍କ ରିଆକ୍ସନକୁ ନେଇ ଦୁଃଖୀ ତନୁଶ୍ରୀ, କହିଲେ କଷ୍ଟ ଦେଇଥାଏ ଏପରି ବୟାନ ।

Firstpost Hindi
0 43

ତନୁଶ୍ରୀ ଦତ୍ତା-ନାନା ପେଟାକରଙ୍କ ବିବାଦ ଏବେ ଖୁବ ଚର୍ଚ୍ଚାରେ । ଏହି ମାମାଲା ଏବେ ଦିନକୁ ଦିନ ବଢିବାରେ ଲାଗିଛି । ବଲିଉଡର ଅନେକ କଳାକାର ଏହି ମାମଲାରେ ତନୁଶ୍ରୀଙ୍କ ସପୋର୍ଟରେ ବାହାରିଥିବା ବେଳେ ମହାନାୟକ ଅମିତାଭ ବଚ୍ଚନ ଏହାକୁ ନେଇ ଭିନ୍ନ ଜବାବ ଦେଇଛନ୍ତି । ବିବ ବିଙ୍କ ଏପରି ରିଆକ୍ସନକୁ ନେଇ ତନୁଶ୍ରୀ ଖୁବ ଦୁଃଖୀ ଥିବା ସେ କହିଛନ୍ତି ।

ଅମିତାଭଙ୍କୁ ଏହି ମାମଲା ଉପରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, “ନା ମୁଁ ତନୁଶ୍ରୀ ଦତ୍ତା ନା ମୁଁ ନାନା ପଟେକର । ସେଥିପାଇଁ ଏହାକୁ ନେଇ ମୁଁ କମେଣ୍ଟ କରିପାରିବି ନାହିଁ ।” ଏକ ମିଡିଆ ଚ୍ୟାନେଲ ତନୁଶ୍ରୀଙ୍କୁ ଅମିତାଭଙ୍କ ରିଆକ୍ସନ ଉପରେ ପ୍ରଶ୍ନ କରିବାକୁ ସେ କହିଥିଲେ, “ମୁଁ ଏହାକୁ ନେଇ ଖୁବ ଦୁଃଖୀ । କିଛି ଲୋକ ସାମାଜିକ ମାମଲା ବା ଘଟଣା ଉପରେ ଫିଲ୍ମ କରିଥାନ୍ତି । କିନ୍ତୁ ଯେତେବେଳେ ଏହା ବୁରୁଦ୍ଧରେ ଠିଆ ହେବା ପାଇଁ ସମୟ ଆସିଥାଏ ସେତେବେଳେ ଏମାନଙ୍କର ବୟାନ କଷ୍ଟ ଦେଇଥାଏ ।”

କହିରଖୁଛୁ ଯେ, ତନୁଶ୍ରୀଙ୍କ ଅଭିଯୋଗ ଅନୁସାରେ ୨୦୦୮ରେ ଏକ ଫିଲ୍ମର ସୁଟିଂ ସମୟରେ ନାନା ପାଟେକର ତାଙ୍କୁ ଖରାପ ଭାବେ ଛୁଇଁଥିଲେ ଏବଂ ତାଙ୍କ ନିକଟତର ଦେବାକୁ ଚେଷ୍ଟା କରିଥିଲେ । ଏହା ସହିତ ସେ କହିଥିଲେ, ସୁଟିଂ ସମୟରେ ସେ ଗୀତରେ ନଥିଲେ ଏହା ପରେ ମଧ୍ୟ ସେ ଇଣ୍ଟିମେଣ୍ଟ ହେବାକୁ ଚେଷ୍ଟା କରିଥିଲେ । ଏବଂ ତାଙ୍କ ଆପିୟରାନ୍ସ ଗୀତରେ ରଖିବାକୁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More