Only for Entertainment

ନାନା ପାଟେକରଙ୍କ ପରେ ସଲମାନ ଓ ବିଗବସକୁ ନେଇ ଏହି କଥା କହିଲେ ତନୁଶ୍ରୀ ଦତ୍ତା ।

youtube
30

ନାନା ପାଟେକର ଏବଂ ତନୁଶ୍ରୀ ଦତ୍ତାଙ୍କ ବିବାଦ ଏବେ ଖୁବ ଚର୍ଚ୍ଚାରେ । ଏହି ଗୋଟିଏ ଘଟଣା ପରେ ଏବେ ବଲିଉଡରେ ଗୋଟିଏ ପରେ ଗୋଟିଏ ହୋଇ କଳା କାରନାମାର କାହାଣୀ ସାମ୍ନାକୁ ଆସିଛି । ଜଣକ ପରେ ଜଣେ ଅନ୍ୟ ଜଣକକୁ ନେଇ ମାମଲାର ପର୍ଦ୍ଦାଫାଶ କରୁଛନ୍ତି ତାହା ପୁଣି କାଷ୍ଟିଂ କାଉଚ ଭଳି ଘଟଣା । ତେବେ ସେ ଯାହା ହେଉ ନା କାହିଁକି ଏହି ମଧ୍ୟରେ ତନୁଶ୍ରୀ ଦତ୍ତାଙ୍କ ବିଗବସ ଘରକୁ ନେଇ ପ୍ରବେଶ ଘଟଣା ଅଧିକ ଚର୍ଚ୍ଚାରେ ରହିଛି । କିନ୍ତୁ ଏହି ସମସ୍ତ କଥାକୁ ଏଡ଼ାଇ ଏକ ଉତ୍ତର ରଖିଛନ୍ତି ତନୁ ।

ତନୁଙ୍କ କହିବା ଅନୁସାରେ ସଲମାନ ମୋ ପାଇଁ ଭଗବାନ ନୁହଁନ୍ତି କି ବିଗବସ ଘର ମୋ ପାଇଁ ସ୍ୱର୍ଗ ନୁହେଁ । ମୁଁ ଏସବୁରେ ନିଜକୁ ସାମିଲ ନ କରି ଆଗକୁ ବଢିବାକୁ ଚାହୁଁଛି ।

ଏହି ଘଟଣା ଉପରେ ଏକ ସ୍ପୋର୍ଟସ ଇଭେଂଟରେ ସଲମାନଙ୍କୁ ଜଣେ ସାମ୍ନାଦିକା ପ୍ରଶ୍ନ କରିଥିଲେ ଏବଂ ସଲମାନ ଏହି ବିଷୟରେ କିଛି ମଧ୍ୟ ଶୁଣି ନାହାଁନ୍ତି ଏବଂ ଜାଣି ନାହାଁନ୍ତି ବୋଲି କହିଥିଲେ । ଏହା ସହିତ କେବଳ ସ୍ପୋର୍ଟ ସମ୍ପର୍କୀତ ପ୍ରଶ୍ନ କରିବାକୁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More