Only for Entertainment

ଇଣ୍ଡିଆ ଫେରିଲେ ତନୁଶ୍ରୀ ଦତ୍ତା, କହିଲେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢିବି

zee news
152

ଦେଶରେ ମି ଠୁ ଆନ୍ଦୋଳନ ଆରମ୍ଭ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଗତ ବର୍ଷ ଖୁବ ଚର୍ଚ୍ଚାରେ ରହିଥିଲେ । ଏବେ ତନୁଶ୍ରୀ ୟୁଏସ ରୁ ଭାରତ ଫେରିଛନ୍ତି । ତନୁଶ୍ରୀ ଦୁର୍ଗା ପୂଜା ଏବଂ ତାଙ୍କ ମା’ଙ୍କ ଅପରେସନ ପାଇଁ ଭାରତ ଫେରିଛନ୍ତି ।

ମିଡିଆ ସହିତ ଆଲୋଚନା କରି ତୁନୁଶ୍ରୀ ଦୂର୍ଗା ପୂଜା ସହିତ ମି ଠୁ ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ, ଏପରି କୌଣସି ଝିଅ ନାହିଁ ଯେ ଏହି ପ୍ରକାରର ଖରପ ଆରୋପ କାହା ଉପରେ ମିଛରେ ଲଗାଇବ । କିିଛି ଝିଅଙ୍କ ପାଖରେ ବିଭିନ୍ନ ପ୍ରକାରର ପ୍ରାଣ ରହିଥାଏ ଏବଂ ସେମାନେ ତାକୁ ଦେଖାଇ ଦିଅନ୍ତି । ଆଉ କିଛି ଝିଅ ପ୍ରମାଣ ଦେଇପାରନ୍ତି ନାହିଁ । ଏହାର ଅର୍ଥ ନୁହେଁ ସେମାନେ ମିଛ କହୁଛନ୍ତି ।

ଏହା ସହିତ ତନୁଶ୍ରୀ କହିଛନ୍ତି ସେ ମି ଠୁ କେସ ଜାରି ରଖିବେ ଏବଂ ନ୍ୟାୟ ମିଳିବା ପର୍ଯ୍ୟନ୍ତ ପଛକୁ ହଟିବେ ନାହିଁ । ତନୁଶ୍ରୀ ଆହୁରି ମଧ୍ୟ କହିଛନ୍ତି କିଛି ଲୋକେ ପାୱାର ଏବଂ ପଇସାକୁ ନେଇ ବଂଚିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ମୁଁ ନ୍ୟାୟ ପାଇକି ରହିବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More