Only for Entertainment

ନାନା ପାଟେକରଙ୍କୁ ମିଳିଥିବା କ୍ଲିନ୍‌ ଚିଟ୍‌ ବିରୋଧରେ ପିଟିସନ ଦାୟର କରିବେ ତନୁଶ୍ରୀ

India Today
22

କିଛି ଦିନ ତଳେ ତନୁଶ୍ରୀ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ବେଳେ ପ୍ରମାଣ ଅଭାବରୁ ଓଶିଓ୍ଵାରା ପୁଲିସ ନାନାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା । ଯାହାକୁ ଏବେ ବିରୋଧ କରି ପିଟିସନ ଦାୟର କରିବେ ତନୁଶ୍ରୀ । ତନୁଶ୍ରୀଙ୍କ ଓକିଲ ନୀତିନ ସନପୁତେ ରବିବାର ମୁମ୍ବାଇର ଅନ୍ଧେରୀରେ ଥିବା ରେଲେଓ୍ଵ ମୋବାଇଲ ଅଦାଲତରେ ତାଙ୍କର ପ୍ରତିନିଧିତ୍ୱ କରିଥିଲେ ।

ଓଶିଓ୍ଵାରା ପୁଲିସ ଦେଇଥିବା ବି-ସମରୀ ରିପୋର୍ଟ ବିରୋଧରେ ପିଟିସନ ଦାୟର କରିବା ପାଇଁ ଅଦାଲତକୁ ସମୟ ମାଗିଥିଲେ ତନୁଶ୍ରୀଙ୍କ ଓକିଲ । ଏ ସମୟରେ ତନୁଶ୍ରୀଙ୍କ ପୂରା ଟିମ୍‌ ଅଦାଲତରେ ଉପସ୍ଥିତ ଥିବା ବେଳେ ଓସିଓ୍ଵାରା ପୁଲିସ ଷ୍ଟେସନର ଜଣେ ବି ଅଧିକାରୀ ଉପସ୍ଥିତ ନଥିଲେ । ତେବେ ପରିସ୍ଥିତିକୁ ଆଖି ଆଗରେ ରଖି ଅଦାଲତ ତନୁଶ୍ରୀଙ୍କୁ ପିଟିସନ ଦାୟର କରିବାକୁ ସମୟ ଦେବା ସହ ସେପ୍ଟେମ୍ବର ୭,୨୦୧୯ରେ ଏ ନେଇ ଶୁଣାଣି ହେବ ବୋଲି କହିଛନ୍ତି ।

ସୂଚନା ମୁତାବକ, ଅକ୍ଟୋବର ୨୦୧୮ରେ ତନୁଶ୍ରୀ ନାନାଙ୍କ ବିରୋଧରେ ଓସିଓ୍ଵାରା ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲା ପରେ ତନୁଶ୍ରୀ ଯେଉଁ ସାକ୍ଷୀମାନଙ୍କ ନାଁ ଦେଇଥିଲେ ସେମାନଙ୍କୁ ଡ଼ାକି ପଚରାଉଚରା କରିଥିଲା ପୁଲିସ । କିନ୍ତୁ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନଥିଲା । ଯାହା ପରେ ଓସିଓ୍ଵାରା ପୁଲିସ ନାନାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More