Only for Entertainment

ବଲିଉଡ୍‌ରେ ହୋଇଥିବା ଯୌନ ଅସଦାଚରଣର କାହାଣୀକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବେ ତନୁଶ୍ରୀ

57

ଭାରତ ବାହାରେ #ମି ଠୁ ଅଭିଯାନ ଖୁବ୍‌ ସକ୍ରିୟ ଥିବା ବେଳେ ଭାରତରେ ଏହା ସେତେଟା ସକ୍ରିୟ ହୋଇ ପାରି ନ ଥିଲା । କିନ୍ତୁ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଲୋକପ୍ରିୟ କଳାକାର ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିବା ପରେ ଧୀରେ ଧୀରେ ଏହା ସକ୍ରିୟ ହେବାକୁ ଲାଗିଥିଲା। ନିଜ ସହ ହୋଇଥିବା ଅପରାଧର ସ୍ୱର ତନୁଶ୍ରୀ ଉଠାଇବା ପରେ ଅନେକ କଳାକାର ଏବଂ ସାଧାରଣ ଯୁବତୀମାନେ ନିଜ ସହ ହୋଇଥିବା ଅସଦାଚରଣ ବିଷୟରେ କହିବାର ସାହାସ କରିଥିଲେ । ବଲିଉଡ୍‌ରେ କାମ ଦେବା ପାଇଁ ପ୍ରକୃତରେ କ’ଣ ଦରକାର ହୁଏ, ତାହା ଧୀରେ ଧୀରେ ସାମ୍ନାକୁ ଆସିବାକୁ ଲାଗିଥିଲା । ଅନେକ ଚେହେରା ଉପରକୁ ପରଦା ଉଠିବା ସହ ଏହି ଅଭିଯାନ ଧୀରେ ଧୀରେ ସକ୍ରିୟ ହୋଇ ଉଠିଥିଲା ।

#ମି ଠୁ ଅଭିଯାନକୁ ସକ୍ରିୟ କରିବା ପରେ ଏବେ ତନୁଶ୍ରୀ ଯୌନ ଅସଦାଚରଣ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଥିବା ଜଣାପଡ଼ିଛି । ବଲିଉଡ୍‌ରେ ହୋଇଥିବା ଯୌନ ଅସଦାଚରଣର କାହାଣୀକୁ ନେଇ ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ । ଏହି ଫିଲ୍ମର ନାଁ ରଖାଯାଇଛି ‘ଇନ୍‌ସ୍ପିରେସନ୍‌’ । ଏହାକୁ ମାର୍ଚ୍ଚ ୮ରେ ବିଶ୍ୱ ମହିଳା ଦିବସରେ ରିଲିଜ୍‌ କରାଯିବା ସହ ଫିଲ୍ମଟି ଅନ୍‌ଲାଇନ୍‌ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More