Only for Entertainment

ପର୍ଯ୍ୟଟକଙ୍କ ଖୋଲା ଜିପ ଭିତରକୁ ଅଚାନକ ଡେଇଁଲା ଚିତା, ଜାଣନ୍ତୁ ଏହାପରେ ହେଲା କ’ଣ !

panjab keshri
0 66

କଳ୍ପନା କରନ୍ତୁ ଆପଣ ଗାଡିରେ ଯାଉଛନ୍ତି ହଠାତ ଏକ ବାଘ କିମ୍ବା ସିଂହ ଆପଣଙ୍କ ଗାଡି ଉପରେ ଚଢିଯିବ, ଏହି ପରିସ୍ଥିତରେ ଆପଣଙ୍କ ଅବସ୍ଥା ନିଶ୍ଚୟ ଖରାପ ହୋଇଯିବ ଏବଂ ଭାବିବେ କଣ କରିବେ ବୋଲି । ଏହିଭଳି ଘଟଣା କିଛି ଘଟିଛି ପର୍ଯ୍ୟଟକଙ୍କର ଯିଏ ତଞ୍ଜାନିଆର ଗୋଲ କୋପ୍ସ ସେରେନ୍ଗଟି ନ୍ୟାସନାଲ ପାର୍କରେ ଏକ ଖୋଲା ଜିପରେ ଦେଖିବାକୁ ମିଳିଥିଲା ।

ଖୋଲା ଜିପରେ ଆଡଭେଂଚର ପାଇଁ ପାର୍କରେ ପହଂଚି ଥିବା ପର୍ଯ୍ୟଟକ ସେହି ସମୟରେ ନିଶ୍ୱାସ ଅଟକି ଯାଇଥିଲା, ଯେତେବେଳେ ହଠାତ ଏକ ଚିତା ଗାଡି ଉପରକୁ ଡେଇଁ ଜିପରେ ବସି ପଡିଥିଲା । ତାଙ୍କୁ ଅନୁମାନ ବି ନଥିଲା ଯେ ଆଡଭେଂଚର ଉପଭୋଗ କରିବାକୁ ଯାଇ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିବ । ସେମାନଙ୍କୁ ଜଣା ମଧ୍ୟ ପଡିଲାନି ଯେ କେତେବେଳେ ଏହି ଚିତା ଗାଡି ମଧ୍ୟରେ ପ୍ରବେଶ କଲା । ଚିତା କେବଳ ଗୋଟେ ଫୁଟ ଦୂରରେ ଗାଡି ପଛ ସିଟରେ ବସିଥିଲା । ହେସ ଏହି ମୂହୁର୍ତ୍ତକୁ କ୍ୟାମେରା ସେଲ୍ଫିରେ କାବୁ କରି ନେଇଥିଲେ । ଜିପରେ ବସିଥିବା ଲୋକଙ୍କ ଅବସ୍ଥା ଖରାପ ହୋଇଯାଇଥିଲା ।

ଅସଲ କଥା ହେଲା କାହାକୁ ଜଣା ପଡି ନଥିଲା କେତେବେଳେ ଚିତାବାଘ ଗାଡି ମଧ୍ୟକୁ ଆସିଥିଲା, ମାତ୍ର ଯେତେବେଳେ ଅନୁଭବ କଲେ ସମସ୍ତେ ଭୟରେ ନିଃଶ୍ୱାସ ନେବାକୁ ମଧ୍ୟ ଡରିଲେ । କିନ୍ତୁ ଏଭଳି ପରିସ୍ଥିତକୁ ସାହାସର ସହ ସାମ୍ନା କରିବାକୁ ଟୁରିଷ୍ଟ ଗାଇଡ କହିଲେ । ସବୁ କିଛି ସମୟ ଚୁପଚାପ ବସିଲା ପରେ ଆପେ ଚିତାଟି ଗାଡିରୁ ଓଲ୍ହାଇ ଚାଲିଯାଇଥିଲା । ଏହାପରେ ସମସ୍ତେ କିଛି ସମୟ ହସିବାକୁ ଲାଗିଲେ । ଟୁରିଷ୍ଟଙ୍କର ଚିତା ସହ ନିଆଯାଇଥିବା ଫଟୋ ଏବେ ଖୁବମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More