Only for Entertainment

ତାପସୀ ପନ୍ନୁ ପୂରା କଲେ ‘ମିଶନ ମଙ୍ଗଳ’ର ସୁଟିଂ, ଟ୍ୱିଟ କରି ଫ୍ୟାନ୍ସଙ୍କ ସହିତ ସେୟାର କଲେ ପ୍ରଥମ ଲୁକ

bollywood life
26

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ୨୦୧୮ରେ ‘ସୁରମା’, ‘ମନମର୍ଜିୟାଁ’ ଏବଂ ‘ମୁଲ୍କ’ ପରି ଫିଲ୍ମ ଦେଇ ଲୋକଙ୍କୁ ଖୁବ ପ୍ରଭାବିତ କରିଛନ୍ତି । ତାପସୀ ୨୦୧୯ର ଆରମ୍ଭ ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ରୁ କରିଛନ୍ତି । କିଛି ସମୟ ପୂର୍ବରୁ ହିଁ ଏହା ଘୋଷଣା କରାଯାଇଥିଲା ଯେ, ତାପସୀ ‘ମିଶନ ମଙ୍ଗଳ’ରେ ନଜର ଆସିବେ । ଏବେ ଖୋଦ ତାପସୀ ଟ୍ୱିଟ କରି କହିଛନ୍ତି ଯେ, ସେ ଫିଲ୍ମ ‘ମିଶନ ମଙ୍ଗଳ’ ପାଇଁ ନିଜର ସୁଟ ଶେଷ କରିଦେଇଛନ୍ତି ।


ତାପସୀ ଟ୍ୱିଟ କରି କେବଳ ଫିଲ୍ମ ସୁଟି ଶେଷ କରିଥିବା କଥା କହିନାହାଁନ୍ତି ବରଂ ଫିଲ୍ମରେ ତାଙ୍କର ଲୁକକୁ ମଧ୍ୟ ସେୟାର କରିଛନ୍ତି । ଫଟୋ ତାପସୀ ସାଢୀ, ବିନ୍ଦି ଏବଂ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି । ତାପସୀ ଫଟୋ ସେୟାର କରିବା ସହିତ ଲେଖିଥିଲେ, ଆଉ ଏକ ସୁନ୍ଦର ଯାତ୍ରାର ଅନ୍ତ ହୋଇଯାଇଛି । କୃତିକା ଅଗ୍ରୱାଲଙ୍କ ପାଇଁ ଫିଲ୍ମ ମିଶନ ମଙ୍ଗଳର ସୁଟ ପୂରା ହୋଇଛି । ଗୋଟିଏ ଫ୍ରେମରେ ଏତେ ଗୁଡିଏ ଭଲ କଳକାରଙ୍କ ହେବା ସବୁଠାରୁ ଭଲ କଥା । ଏହା ସହିତ ଫିଲ୍ମ ୧୫ ଅଗଷ୍ଟ ୨୦୧୯ ଅର୍ଥାତ ସ୍ୱାଧିନତା ଦିବସରେ ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି ।

କହିରଖୁଛୁ ଯେ, ଫିଲ୍ମ ‘ମିଶନ ମଙ୍ଗଳ’ରେ ତାପସୀ ପନ୍ନୁଙ୍କ ସହିତ ଅକ୍ଷୟ କୁମାର, ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, କୃତି କୁହ୍ଲାରୀ, ଶରମନ ଜୋଶୀ ଏବଂ ନିତ୍ୟା ମେନନଙ୍କ ପରି କଳାକରା ନଜର ଆସିବେ । ଭାରତର ପ୍ରଥମ ମଙ୍ଗଳ ମିଶନରେ ସାମିଲ ଥିବା ବୈଜ୍ଞାନୀକଙ୍କ ଉପରେ ଏହି ଫିଲ୍ମ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More