Only for Entertainment

ଫ୍ୟାନ୍ସଙ୍କ ଏଭଳି କାର୍ଯ୍ୟକଳାପ ଦେଖି ଚାପୁଡ଼ା ମାରିଲେ ତାପସୀ ।

10

ସାଉଥ ଇଣ୍ଡଷ୍ଟ୍ରିରୁ ଆସି ବଲିଉଡ୍‌ରେ ତାପ୍‌ସୀ ପନ୍ନୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତାଙ୍କ ସହ ଅନ୍ୟ ଅଭିନେତ୍ରୀମାନେ ବଲିଉଡ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ଆସିଥିଲେ ମଧ୍ୟ ସେମାନଙ୍କୁ ତାପ୍‌ସୀଙ୍କ ଭଳି ସଫଳତା ମିଳି ପାରି ନାହିଁ । ଆସୁ ଆସୁ ସେ ବଲିଉଡ୍‌ର ଅନେକ ଆଗ ଧାଡ଼ିର ଅଭିନେତାଙ୍କ ସହ କାମ କରି ସାରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା କେବଳ ଫିଲ୍ମର ଚରିତ୍ରରେ ନୁହେଁ ଅସଲ ଜୀବନରେ ମଧ୍ୟ ବେଶ ସାହାସୀ ତାପ୍‌ସୀ । ଯାହା ଏକ ଘଟଣାରୁ ପ୍ରମାଣ ହୋଇ ସାରିଛି ।

 

ସୂଚନା ମୁତାବକ, ତାପ୍‌ସୀ ଥରେ ନିଜ ଭଉଣୀଙ୍କୁ ସାଥୀରେ ନେଇ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ଭୋଜନ ସାରି ସେ ରାସ୍ତା କଡ଼ରେ ନିଜ ଗାଡ଼ି ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ବାଇକ୍‌ ଚାଳକ ଆସି ତାଙ୍କ ଅନୁମତି ବିନା ତାଙ୍କ ଫଟୋ ଉଠାଇଥିଲେ । ଏହା ଦେଖି ରାଗିଯିବା ସହ ତାପ୍‌ସୀ ଯୁବକଙ୍କ ଫୋନ ଛଡ଼ାଇ ଆଣି ତାଙ୍କୁ ଚାପୁଡ଼ା ମାରିଥିଲେ । ଫଟୋ ଫୋନରୁ ନ ହଟାଇଲେ ଫୋନ ଭାଙ୍ଗିଦେବି ବୋଲି କହିଥିଲେ । ଯାହା ପରେ ଯୁବକଜଣଙ୍କ ଫଟୋ ହଟାଇଥିଲେ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More