Only for Entertainment

ପାର୍ଟିରେ ତାରା ସୁତରିଆଙ୍କ ଜବରଦସ୍ତ ଅନ୍ଦାଜ, ଗ୍ଲାମରସ ଲୁକରେ ଆସିଲେ ନଜର !

27

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁଣିତ ମଲହୋତ୍ରା ଗତ କାଲି ଭାଲେନଟାଇନ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ବିଟାଉନର ଅନେକ କଳାକାର ଯୋଗ ଦେଇଥିଲେ , ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ତାରା ସୁତରିଆ ସେଂଟର ଅଫ ଆଟ୍ରାକ୍ସନ ହୋଇଛନ୍ତି । ସେ ନିଜ ଗ୍ଲାମରସ ଲୁକରେ ସମସ୍ତଙ୍କୁ ଚକିତ କରିପକାଇଥିଲେ ।

ତାରା ଧଳା ରଂଗର ଆଉଟଫିଟରେ ନଜର ଆସିଥିଲେ ।

ତାଙ୍କର ଏଭଳି ଷ୍ଟାଇଲିସ ଅନ୍ଦାଜ ଦେଖି ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା । ଆଉଟଫିଟ ସହ ନ୍ୟୁଡ ମେକଅପ ତାଙ୍କୁ କରିଥିଲା ଆହୁରି ସୁନ୍ଦର ।

ସେ ବିନ୍ଦାସ ହୋଇ ମିଡିଆକୁ ଫଟୋ ପୋଜ ଦେଇଥିଲେ । ତାଙ୍କ ଫଟୋରେ କନଫିଡେଂଟ ଖୁବ ଭଲ ଭାବେ ନଜର ଆସିଛି ।

ଏଠାରେ ଆମେ କହି ରଖଉଛୁ ଯେ ତାରା ଖୁବ ଶୀଘ୍ର କରଣ ଜୋହରଙ୍କ ଅପକମିଂ ଫିଲ୍ମ ‘ ଷ୍ଟୁଡେଂଟ ଅଫ ଦ ଇୟର୨’ରେ ନଜର ଆସିବେ ।

ଫିଲ୍ମରେ ଟାଇଗର ଶ୍ରଫ ଏବଂ ତାରା ସୁତରିଆ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More