Only for Entertainment

ଚନ୍ଦା ଲୋକଙ୍କୁ ପ୍ରତ୍ସୋହିତ କରିବା ପାଇଁ ନିର୍ମାଣ ହେଉଛି ନିଆରା ଫିଲ୍ମ ‘ବାଳ’ !

69

ବ୍ୟବସାୟିକ ଚିତ୍ର ସହ ଭିନ୍ନଧରଣର ଚିତ୍ର ନିର୍ମାଣ କରିବା ଦିଗରେ ତରଙ୍ଗ ସିନେ ପ୍ରଡକ୍ସନ ପ୍ରୟାସ କରୁଛି । ଏହି ବ୍ୟାନରରେ ନୂଆ ଚଳଚିତ୍ର ‘ବାଳ- ଦ ରିଦିମ ଅଫ ଲାଇଫ’ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ସମଗ୍ର ଚନ୍ଦା ଲୋକଙ୍କ ପାଇଁ ମାନସିକ, ଶାରୀରିକ ଓ ଆର୍ଥିକ କ୍ଷତିକୁ ସରକାରଙ୍କ ପାଖରେ ଉପସ୍ଥାପିତ କରିବାକୁ ଯାଇ ଜଣେ ଚନ୍ଦା ଯୁବକ କିଭଳି ଉପହାସିତ ହେଉଛି ଏବଂ ନିଜ ଯୁକ୍ତିକୁ କିଭଳି ସମସ୍ତଙ୍କୁ ବୁଝାଇ ପାରୁଛି ତାକୁ ନେଇ ଏହି ଚିତ୍ରର କାହାଣୀ ଗତିଶୀଳ ।

ହାସ୍ୟ ରସାତ୍ମକ ପୃଷ୍ଠଭୂମି ଉପରେ ଚିତ୍ରର କାହାଣୀ ସମୃଦ୍ଧ ହୋଇଥିଲେ ମଧ୍ୟ ଏହାର ସମ୍ବେଦନଶୀଳ ଶେଷ ଅର୍ଦ୍ଧରେ ଅନେକ ପ୍ରଶ୍ନବାଚୀକୁ ଦର୍ଶକଙ୍କ ପାଇଁ ଛାଡିଯିବ ବୋଲି ନିର୍ଦ୍ଦେଶକ ଅମର ପତି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More