Only for Entertainment

ଏହି ମଂଜିରେ ଚା ପ୍ରସ୍ତୁତ କରି ପିଅନ୍ତୁ ମଧୁମେହ ରୋଗୀ ।

Pakistani Political Parties News
28

ପୁଷ୍ଟିସାରରେ ଭରା ତରଭୂଜ ମଞ୍ଜିକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ବର୍ତ୍ତମାନ ବଜାରରେ ମଧ୍ୟ ମିଳୁଛି।

ତରଭୂଜ ମଞ୍ଜିରେ ଲାଇକୋପିନ୍‌ ନାମକ ତତ୍ତ୍ୱ ରହିଥାଏ। ଯାହାକି କେଶ ଓ ଚେହେରାର ସୁନ୍ଦରତା ବୃଦ୍ଧି କରିଥାଏ । ଶରୀରର ବିକାଶ ପାଇଁ ଏମିନୋ ଏସିଡ୍‌ର ଆବଶ୍ୟକତା ରହିଥାଏ। ଏହା ତରଭୂଜ ମଞ୍ଜି ପୂରଣ କରିପାରେ । ତରଭୂଜ ମଞ୍ଜିରେ ବହୁ ପରିମାଣରେ ଏମିନୋ ଏସିଡ୍‌ ରହିଥାଏ।

 

ତରଭୂଜ ମଞ୍ଜିରେ ମାଗ୍ନେସିୟମର ମାତ୍ରା ଅଧିକ ରହିଥାଏ। ମାଗ୍ନେସିୟମ ବ୍ଲଡ୍‌ପ୍ରେସର୍‌ ନିୟନ୍ତ୍ରଣ ଓ ହଜମ ଶକ୍ତି ବୃଦ୍ଧି କରିବା ଦିଗରେ ସହାୟକ ହୋଇଥାଏ। ପ୍ରତିଦିନ ଅଳ୍ପ ତରଭୂଜ ମଞ୍ଜି ଖାଆନ୍ତୁ ଦେଖିବେ ଅନେକ ସମସ୍ୟା ଦୂର ହୋଇପାରିବ।

 

ଡାଏବେଟିସ୍‌ ରୋଗୀଙ୍କ ପାଇଁ ଜରଭୁଜ ମଞ୍ଜି ବହୁତ ଉପକାରୀ ହୋଇଥାଏ। ଅଳ୍ପ ମଞ୍ଜିକୁ ପାଣିରେ ୧୫ ମିନଟ୍‌ ପର‌୍ୟ୍ୟନ୍ତ ଫୁଟାନ୍ତୁ। ଏହି ଫୁଟାପାଣିକୁ ଚା’ ଭଳି ଡାଏବେଟିସ୍‌ ରୋଗୀମାନେ ପିଇଲେ ସୁଫଳ ମିଳିଥାଏ।

 

ତରଭୂଜ ମଞ୍ଜି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପେଟ ଜନିତ ସମସ୍ୟା ଦେଖାଦେଉଥିଲେ ମଧ୍ୟ ଅଳ୍ପ କିଛି ତରଭୂଜ ମଞ୍ଜି ଖାଇବା ଦ୍ୱାରା ଉପଷମ ମିଳିଥାଏ । ତରଭୂଜ ମଞ୍ଜି ସ୍ମରଣ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More