Only for Entertainment

ହ୍ରିତିକଙ୍କ ଫିଲ୍ମ ‘ସୁପର-୩୦’ ଦେଖିବା ପାଇଁ କରିବାକୁ ପଡିବ ଲମ୍ବା ଅପେକ୍ଷା, ପୁଣି ଥରେ ଆରମ୍ଭ ହେବ ସୁଟିଂ ।

DNA
22

ହ୍ରିତିକ ରୋଶନଙ୍କ ଫ୍ୟାନ୍ସ ଅନେକ ଦିନରୁ ତାଙ୍କର ଆଗାମୀ ଫିଲ୍ମ ସୁପର -୩୦କୁ ଅପେକ୍ଷା କରି ରହିଛନ୍ତି । ତେବେ ହ୍ରିତିକଙ୍କ ଏହି ଫିଲ୍ମକୁ ନେ ଇ ଏବେ ଏକ ଭଲ ଏବଂ ଏକ ଖରାପ ଖବର ସାମ୍ନାକୁ ଆସିଛି । ଖରାପ ଖବର ହେଉଛି ସୁପର-୩୦ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିବ । ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ଫିଲ୍ମ ଜାନୁଆରୀରେ ପରଦାକୁ ଆସିବ । ଅନ୍ୟ ଏକ ଖବର ହେଉଛି ଫିଲ୍ମକୁ ପୂର୍ବରୁ ଅଧିକ ଭଲ ଏବଂ ଆକର୍ଷଣୀୟ କରିବା ପାଇଁ ପ୍ଲାନ କରାଯାଇଛି ।

ସୁପର-୩୦ର ସଂସ୍ଥାପକ ଏବଂ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବବନ ଉପରେ ନିର୍ମିତ ଏହି ଫିଲ୍ମ ଏବେ ଆହୁରି ବଡ ଏବଂ ଲମ୍ବା ହେବ । ତେଣୁ ଫିଲ୍ମର ନିର୍ମାତା ଫିଲ୍ମକୁ ଟିକେ ଲମ୍ବା ଏବଂ ବଡ କରିବା ପାଇଁ ଆଉ କିଛି ସିନର ସୁଟିଂ କରିବେ । ଯେପରି ଏହି ବାୟୋପିକକୁ ସେ ବ୍ୟପକ ଭାବେ ଦର୍ଶକଙ୍କୁ ଦେଖାଇ ପାରିବେ । ନର୍ମାତାଙ୍କ କହିବା ଅନୁସାରେ ଆନନ୍ଦ କୁମାରଙ୍କ ଜୀବନ ଏତେ ବାସ୍ତବିକ ଯେ ତାଙ୍କର ଜୀବନକୁ ସଫଳତାର ସହିତ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଆମେ ଆଶା ରଖିଛୁ ।

କହିରଖୁଛୁ ଯେ, ଏହି ବାୟୋପିକ ଫିଲ୍ମରେ କେବଳ ତାଙ୍କର ଗଣିତଜ୍ଞ ଜୀବନକୁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ କାହାଣୀ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More