Only for Entertainment

ପାଠ ପଢିବାରେ ସହାୟକ ହେବ ‘ମିନି’ !

Scientific American
0 44

ମିନି ଏକ କ୍ଷୁଦ୍ର ରୋବର୍ଟର ନାଁ , ଯାହା ଶିଶୁମାନଙ୍କୁ ଅଧିକ ପୁସ୍ତକ-ମନସ୍କ କରାଇବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି । ଶିଶୁଙ୍କ ସହ ମିଶି ଏହା ବିଭିନ୍ନ ପୁସ୍ତକ ପଢିପାରିବ । ମିନି ସହ ମିଶି ଶିଶୁମାନେ ପୁସ୍ତକ ପଢିଲେ ଅଧିକ ଖୁସି ହେବେ । ପାଠ ପଢିଲା ବେଳେ ନିଜକୁ ଆଉ ଏକୁଟିଆ ଅନୁଭବ କରିବେ ନାହିଁ । ଏହାଦ୍ୱାରା ପଢିବା ଆଗ୍ରହ ବୃଦ୍ଧି ପାଇବ । ବହି ପଢିବା ପରିବର୍ତ୍ତେ ଏହି ରୋବୋଟ ଗପ ଗୀତ ଏବଂ ପୁସ୍ତକ ଚୟନ କରିବା ପାଇଁ ମଧ୍ୟ ପରାମର୍ଶ ଦେବ ।

କେଉଁ ପୁସ୍ତକ ପଢିବା ଉଚିତ ଏବଂ କେଉଁଟି ପଢିବା ଅନୁଚିତ ଏହାର ପରାମର୍ଶ ଦେବ ଏହି ରୋବର୍ଟ ଏବଂ ଭୟ ସଂଚାର କରୁଥିବା ପୁସ୍ତକ ପଢିବା ଦ୍ୱାରା ସତର୍କ ସୂଚାଈ ଦେବ । ବହି ପଢିଲା ପରେ ଶିଶୁଙ୍କ ମେଧା ଶକ୍ତି ଓ ଦକ୍ଷତା ବାବଦରେ ଜଣେ ଅଭିଜ୍ଞ ଶିକ୍ଷକ ଭଳି ମତାମତ ଦେବ । ଆମେରିକାର ୱିନକନସିନ ମାଡିସନ୍ ବିଶ୍ୱବିଦ୍ୟାଳୟର ଗବେଶକମାନଙ୍କ ଦ୍ୱାରା ବିକଶିତ ଏହି ରୋବୋଟର ପରୀକ୍ଷା ମୂଳକ ବ୍ୟବହାର ସଫଳଳ ହୋଇଥିବା ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More