Only for Entertainment

ବିଗବସ ପ୍ରତିଯୋଗୀ ଆକାଶ ଡଡଲାନୀଙ୍କ ଗୀତର ଟିଜର ରିଲିଜ ।

biggboss11live
0 30

ବିଗବସ ସିଜନ୧୧ ରେ ଲୋକପ୍ରିୟ ହୋଇଥିବା ଆକାଶ ଡଡଲାନୀଙ୍କ କହିବା ମୁତାବକ ତାଙ୍କର ଏକ ମ୍ୟୁଜିକ ଭିଡିଓ ‘ବ୍ୟାଙ୍ଗ ବ୍ୟାଙ୍ଗ’ର ଟିଜର ଜାରି ହୋଇଛି । ଆକାଶ ଇନଷ୍ଟାଗ୍ରାମରେ ଏକ ଭିଡିଓର ଟିଜର ଶେୟାର କରି ଲେଖିଛନ୍ତି ବ୍ୟାଙ୍ଗ ବ୍ୟାଙ୍ଗ’ର ପ୍ରଥମ ଲୁକ ଜାରି ଏବଂ ଟିଜର ଜାରି ହୋଇଛି ।

ଏହି ଗୀତ ୪ଜୁଲାଇରେ ଲଂଚ ହେବ । ଆକାଶ ଏହି ଗୀତ ଏବଂ ବିଗବସ ପରେ ତାଙ୍କ ଉପଲବ୍ଧି ବିଷୟରେ ଲେଖିଛନ୍ତି ଯେ, ଆଜି ମୋର ସବୁ ସ୍ୱପ୍ନ ସତ ହୋଇପାରିଛି ଏବଂ ସମସ୍ତ ବଡ କାମ ପାଇଁ ସମୟ ଲାଗେ । ତେଣୁ ଧୈର୍ଯ୍ୟର ସହ କାମ କରିବା ନିହାତି ଜରୁରୀ ଅଟେ ।


ସେ ଏହି ଗୀତ ପାଇଁ ନିଜର ୧୦୦% ଦେଇଥିବା କହିଛନ୍ତି , ଏହି କାରଣରୁ ଗୀତ ରିଲିଜ ହେବା ଲାଗି ସମୟ ଲାଗୁଥିବା ଆକାଶ କହିଛନ୍ତି । ଗୀତଟି ୪ଜୁଲାଇରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More