Only for Entertainment

ରିଲିଜ ହେଲା ଫିଲ୍ମ ‘ଗୋଲ୍ଡ’ର ଟିଜର, ହକି କୋଚ ଭୂମିକାରେ ନଜର ଆସିଲେ ଅକ୍ଷୟ

youtube
0 34

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଗୋଲ୍ଡ’ର ଟିଜର ରିଲିଜ ହୋଇଛି । ଟିଜରର ଆରମ୍ଭରୁ ଦେଖିବାକୁ ମିଳଛି ଯେ ୨୦୦ ବର୍ଷ ପର୍ଯ୍ୟନ୍ତ ଆମେ ଇଂଗ୍ରାଜୀ ରାଷ୍ଟ୍ରଗୀତରେ ଠିଆ ହେଉଥିଲେ କିନ୍ତୁ ଗୋଟିଏ ବ୍ୟକ୍ତିର ସ୍ୱପ୍ନ ଇଂଗ୍ରାଜୀମାନଙ୍କୁ ଆମର ରାଷ୍ଟ୍ରୀୟ ଗୀତରେ ଠିଆ କରିବା ପାଇଁ ବାଧ୍ୟ କରିଦେଲା । ସେହି ବ୍ୟକ୍ତି ଜଣଙ୍କ ଭୂମିକାରେ ଆଉ କେହି ନୁହଁନ୍ତି ଅକ୍ଷୟ କୁମାର ଅଭିନୟ କରିଛନ୍ତି ।

ଫିଲ୍ମରେ ୧୯୪୮ରେ ହକିରେ ପ୍ରଥମ ଗୋଲ୍ଡ ଜିତିବାକ କାହାଣୀକୁ ଦର୍ଶା ଯାଇଛି । ଫିଲ୍ମରେ ଅକ୍ଷୟ ହକି କୋଚ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମକୁ ରୀନା କାଗତୀ ନିର୍ଦ୍ଦେଶନା ଦେଇଥିବା ବେଳେ ରିତେଶ ସିଧବାନୀ ଏବଂ ଫରହାନ ଅଖତର ପ୍ରଡ୍ୟୁସ କରିଛନ୍ତି ।

ଦେଖନ୍ତୁ ଟିଜର-

ଫିଲ୍ମ ଜରିଆରେ ମୌନି ରୟ ବଲିଉଡ ଡେବ୍ୟୁ କରୁଛନ୍ତି । ଅକ୍ଷୟ ଏବଂ ମୌନିଙ୍କ ବ୍ୟତିତ ଫିଲ୍ମରେ କୃଣାଲ କପୁର, ବିନିତ କୁମାର ସିଂ, ଅମିତ ସାଧ ଏବଂ ସନି କୌଶଲ ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More