Only for Entertainment

ଓଡିଶାରେ ଜୋରସୋରରେ ଆଗେଇ ଚାଲିଛି ୱେବ୍ ସିରିଜର ଧାରା, ରିଲିଜ ହେଲା ‘ସାହେବ ବିବି ଔର ଶାଲା’ର ପ୍ରଥମ ଏପିସୋଡ ।

YouTube
36

ଜାତୀୟ ପୁରସ୍କାର ପାଇଥିବା ହାକିମ ବାବୁ, ଓଡ଼ିଆ କ୍ଲାସିକ୍ସ ମମତା ମାଗେ ମୂଲ, ପୁଅ ମୋର କଳା ଠାକୁର ପରି ଫିଲ୍ମ ଉପହାର ଦେଇଥିବା ସ୍ୱର୍ଗତ ଅମିୟ ପଟ୍ଟନାୟକଙ୍କ ପ୍ରଡକସନସର ଡିଜିଟାଲ ଚ୍ୟାନେଲ ଟେକ୍ନୋଆର୍ଟ ପ୍ରଡକସନରେ ଏକ ୱେବ୍ ସିରିଜ ‘ସାହେବ ବିବି ଔର ଶାଲା’ ପ୍ରସ୍ତୁତ ହୋଇଛି । ଯାହାର ପ୍ରସାରଣ ୟୁଟୁବରେ ଟେକ୍ନୋଆର୍ଟ ଚ୍ୟାନେଲରେ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ଏପିସୋଡକୁ ରିଲିଜ କରାଯାଇଛି । ୮ଟା ଏପିସୋଡରେ ଆସିବାକୁ ଥିବା ଏହି ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ଅଛନ୍ତି ଲୋକପ୍ରିୟ ଟେଲି ଅଭିନେତା ରାଜ ରାଜେଶ ଓ ଶ୍ରଦ୍ଧା । ଶଳା ଭୂମିକାରେ ପ୍ରଥମ ଥର ପାଇଁ ଅଭିନୟରେ ପାଦ ଦେଇଛନ୍ତି ଶୈଳେନ୍ଦ୍ର । ମିଠା ମିଠା ଜୋଡ଼ି ଚଳଚ୍ଚିତ୍ରରୁ ଏକାଠି କ୍ୟାରିଅର ଆରମ୍ଭ କରିଥିବା ରାଜେଶ ଓ ଶ୍ରଦ୍ଧା ଏହି ୱେବ୍ ସିରିଜ ଜରିଆରେ କମବ୍ୟାକ୍ କରିଛନ୍ତି । ଟ୍ରେଲରରୁ ଜଣା ପଡ଼ୁଛି, ଏହା ଏକ ମଜାଦାର ଘରୋଇ କାହାଣୀ ।

ରାଜ ରାଜେଶ ଓ ଶ୍ରଦ୍ଧା ସ୍ୱାମୀ ସ୍ତ୍ରୀର ଭୂମିକାରେ ଥିଲା ବେଳେ ଶୈଳେନ୍ଦ୍ର ଶଳା ଭୂମିକାରେ ଅଛନ୍ତି । ‘ସାହେବ ବିବି ଔର ଶାଲା’ ୱେବ୍ ସିରିଜର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢିଆରୀ । ସଙ୍ଗୀତ ଓ କଣ୍ଠ ଦାନ କରିଛନ୍ତି ସୈାମିତ୍ରୀ ପଲାଇ । ଡିଓପି ଓ କଲରିଷ୍ଟ ସତ୍ୟମ ଶିବମ ସୁନ୍ଦରମ କରିଥିଲା ବେଳେ ଦିପକ ଉପାଧ୍ୟାୟ ଓ ଦେବାଶୀଷ ମହାରଣା ଏଡିଟିଂ କରିଛନ୍ତି । ମନସ୍ୱିନୀ ସାମଲ ଗ୍ରାଫିକ୍ସ କରିଥିଲା ବେଳେ, ଅନୁପମ ପଟ୍ଟନାୟକ କ୍ରିଏଟିଭ ଡାଇରେକ୍ଟର ଅଛନ୍ତି । କମେଡିରେ ଭରପୁର ଏହି ୱେବ୍ ସିରିଜ୍ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More