Only for Entertainment

ସୁଟିଂ ସାରି ଘରକୁ ଫେରୁଥିବା ବେଳେ କାର ଦୁର୍ଘଟଣାରେ ଦୁଇ ଟିଭି ଅଭିନେତ୍ରୀଙ୍କ ନିଧନ

bollywood tadka
80

ସାଉଥର ଦୁଇ ଅଭିନେତ୍ରୀଙ୍କୁ ନେଇ ଏକ ଦୁଃଖ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ଦୁଇ ଅଭିନେତ୍ରୀଙ୍କ କାର ଆକ୍ସିଣ୍ଟେରେ ନିଧନ ହୋଇ ଯାଇଛି । ଏହି ଦୁଇ ଅଭିନେତ୍ରୀ ସିୁଟିଂ ଶେଷ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ବିଜନେସ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ଜୀବନ ହାରିଥିବା ଦୁଇ ଟିଭି ଅଭିନେତ୍ରୀଙ୍କ ନାମ ଅନୁଷ୍କା ରେଡ୍ଡୀ ଏବଂ ଭାର୍ଗବୀ । ଦୁହେଁ ହାଇହ୍ରାବାଦରେ ନିଜର ଆଗାମୀ ପ୍ରୋଜେକ୍ଟର ସୁଟିଂ ସାରି ଫେରୁଥିବା ବେଳେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା ।

accident 1

ସୂଚନା ଅନୁସାରେ ସାମ୍ନାକୁ ଏକ ଟ୍ରକ ଆସିବାରୁ ଦୁର୍ଘଟଣା ହୋଇଥିଲା । ଟ୍ରକ ସାମ୍ନାରୁ ଆସିବାରୁ ଗାଡିକୁ ସାଇଡ କରିବାକୁ ଯାଇ କାରଟି ଗଛରେ ପିଟି ହୋଇଥିଲା । ଫଳରେ ଦୁହିଁଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇ ଥିଲା ।

କହିରଖୁଛୁ ଯେ , ଭାର୍ଗବୀ (୨୦ ବର୍ଷ), ଏବଂ ଅନୁଷ୍କା (୨୧ ବର୍ଷ) ତାମିଲ ଇଣ୍ଡଷ୍ଟ୍ରୀର ଛୋଟ ପରଦାରେ କାମ କରୁଥିଲେ । ଭାର୍ବବୀ ଟିଭି ମୁତ୍ୟାଲା ମୁଗ୍ଗୁରେ ନେଗେଟିବ ଚରିତ୍ରରେ ନଜର ଆସୁଥିଲେ । ସେହିପରି ଅନୁଷ୍କା ମଧ୍ୟ କିଛି ପ୍ରୋଜେକ୍ଟରେ କାମ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More