Only for Entertainment

ଡେଙ୍ଗୁରେ ତେଲୁଗୁ ବାଲ୍ୟ କଳାକାରଙ୍କ ଦେହାନ୍ତ, ହସ୍ପିଟାଲରେ ପହଂଚିବା ପୂର୍ବରୁ ରାସ୍ତାରେ ଚାଲିଗଲା ଜୀବନ !

49

ଅଭିନେତା ବାଲାକୃଷ୍ଣଙ୍କ ମିମିକ୍ରି କରୁଥିବା ବାଲ୍ୟ କଳାକାର ଗୋକୁଳ ସାଇ କୃଷ୍ଣାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଯାଇଛି । ଗୋକୁଳ ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ ଏବଂ ୧୭ଅକ୍ଟୋବରରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ଗୋକୁଳ ସାଇ କୃଷ୍ଣାଙ୍କୁ ବାଲା କୃଷ୍ଣାଙ୍କ ମିମିକ୍ରି ପାଇଁ ପରିଚିତ ଥିଲେ । ସେ ଟିଭିରେ ଖୁବ ପ୍ରସିଦ୍ଧ ରିଆଲିଟି ଶୋ’ରେ ମଧ୍ୟ ନଜର ଆସୁଥିଲେ । ଗୋକୁଳ ବାଲାକୃଷ୍ଣଙ୍କର ଏତେ ଭଲ ମିମିକ୍ରି କରୁଥିଲେ ଯେ ଲୋକମାନେ ତାଙ୍କୁ ଜୁନିଅର ବାଲାକୃଷ୍ଣ ବୋଲି ମଧ୍ୟ କହୁଥିଲେ ।

ସୂତ୍ର ମୁତାବକ ଗୋକୁଳଙ୍କୁ କିଛି ଦିନ ପୂର୍ବେ ଜୋର୍ ଜ୍ୱର ହୋଇଥିଲା । ତାଙ୍କୁ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତିକରିବାକୁ ନେଇ ଯାଉଥିବା ବେଳେ ବାଟରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା । ଗୋକୁଳଙ୍କ ନିଧନ ଖବର ଶୁଣି ବାଲାକୃଷ୍ଣ ଦୁଃଖିତ ହୋଇଥିବା ବେଳେ ସେ ତାଙ୍କ ପରିବାର ସହ ମିଶି ଗୋକୁଳଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଗୋକୁଳଙ୍କ ସହ ଜଡିତ ଏକ ପ୍ରେସ କନଫରେନ୍ସ ମଧ୍ୟ ରଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More