Only for Entertainment

ରିଲିଜ ହେଲା ଫିଲ୍ମ ‘ବାଲା’ର ଆଉ ଏକ ନୂଆ ଫନି ଗୀତ ‘ଟକିଲା’, ଦେଖନ୍ତୁ ଭିଡିଓ

Koimoi
33

ନଭେମ୍ବର ୭ରେ ପରଦାକୁ ଆସିଥିଲା ବହୁପ୍ରତିକ୍ଷିତ ଫିଲ୍ମ ବାଲା । ଓପନିଙ୍ଗ ଡେ’ରେ ରେର୍କଡ ସୃଷ୍ଟି କରିବା ସହ ସଫଳତା ରେସରେ ସବୁଠୁ ଆଗରେ ରହିଛି ଆୟୁଷ୍ମାନଙ୍କ ଅଭିନୀତ ବାଲା । ଦର୍ଶକଙ୍କ ଠୁ ଭଲପାଇବା, ପ୍ରଶଂସା ସହ ସଫଳତା ସାଉଁଟିଛି ଏହି କମେଡି ଫିଲ୍ମ । ତେବେ ଫିଲ୍ମକୁ ଅଧିକ ହାଇଲାଇଟ କରିବା ପାଇଁ ପ୍ରଡକ୍ସନ ହାଉସ ଆଉ ଏକ ନୂଆ ଗୀତ ଟକିଲା ରିଲିଜ କରିଛନ୍ତି ।

ସଚିନ ଜିଗରଙ୍କ ସଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଗୀତକୁ ଗାଇଛନ୍ତି ସଚିନ ସରାରିଆ ଓ ଦିବ୍ୟ କୁମାର । ତେବେ ଗୀତରେ ଏକ ଫନି ସିକ୍ୱେନ୍ସକୁ ସ୍ଥାନ ଦିଆଯାଇଛି । ଯେଉଁଥିରେ ଆୟୁଷ୍ମାନ ଓ ୟାମୀଙ୍କ ମ୍ୟାରେଜକୁ ସ୍ଥାନ ଦିଆଯାଇଛି । ନିଜ ବାହାଘରକୁ ନେଇ ଆୟୁଷ୍ମାନ ଓ ୟାମୀ କେତେ ଏକ୍ସସାଇଟେଡ ଅଛନ୍ତି ଏହାକୁ କମେଡି ଅନ୍ଦାଜରେ ପରଦାରେ ରଖିଛନ୍ତି ମେକର । ମୋଟ ୪୫କୋଟି ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଓପନିଙ୍ଗ ଡେରୁ ହିଁ ବେଶ ଭଲ ବକ୍ସ ଅଫିସ କଲେକ୍ସନ କରୁଛି । ଅନ୍ୟପଟେ ଆଗକୁ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ସିନେ ସମୀକ୍ଷକ ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More