Only for Entertainment

ଟିଭିରେ କାମ କରିବା ପାଇଁ ଫିଲ୍ମ ଛାଡ଼ିଥିଲେ ଏହି କୋରିଓଗ୍ରାଫର ।

news18
0 46

ଆସନ୍ତାକାଲି କମାଲ ଡ୍ୟାନ୍ସ କୋରିଓଗ୍ରାଫର ଟେରେଂସଙ୍କ ଜନ୍ମଦିନ । ସେ ୪୨ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି । ବୋଧହୁଏ ଖୁବ କମ ଲୋକ ଜାଣନ୍ତିଯେ ସେ କେବଳ ଜଣେ ଭଲ କୋରିଓଗ୍ରାଫର ନୁହଁନ୍ତି ବରଂ ଷ୍ଟଂଟ କରିବାକୁ ମଧ୍ୟ ଭଲପାଆନ୍ତି । ସେ ଫିୟର ଫ୍ୟାକ୍ଚରର ଇଣ୍ଡିଆନ ଭର୍ସନରେ ମଧ୍ୟ କେତେକ ଷ୍ଟଂଟ କରି ସାରିଛନ୍ତି । ଖତରୋଁ କେ ଖିଲାଡ଼ୀରେ ମଧ୍ୟ ସେ ଖୁବ ଭଲ ପ୍ରଦର୍ଶନ କରିଥିଲେ । ଏହା ସହିତ ଜଣେ ଷ୍ଟ୍ରଙ୍ଗ କଂଟେଷ୍ଟେଂଟ ମଧ୍ୟ ଥିଲେ । କିନ୍ତୁ ୧୧ ଏପିସୋଡରେ ତାଙ୍କୁ ବାହାରିବାକୁ ପଡ଼ିଥିଲା ।

ଟେରେଂସଙ୍କ ନାମ ଗିନିଜ ବୁକ ଅଫ ରେକର୍ଡ଼ରେ ମଧ୍ୟ ସ୍ଥାନ ପାଇଛି । ଏକା ସାଙ୍ଗରେ ୧୩୩୬ ଲୋକଙ୍କୁ ଡ୍ୟାନ୍ସ ଶିଖାଇ ପାରୁଥିବାକୁ ନେଇ ରେକର୍ଡ଼ ସୃଷ୍ଟି କରିଛନ୍ତି । ତାଙ୍କ ବ୍ୟତୀତ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଏକା ସାଙ୍ଗରେ ଏତେ ଲୋକଙ୍କୁ ନେଇ ଗୋଟିଏ ଷ୍ଟେଜରେ କୋରିଓଗ୍ରାଫି କରିନାହାଁନ୍ତି ।

୬ ବର୍ଷ ବୟସରୁ ସେ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ଘରର ଆର୍ଥିକ ସ୍ଥିତି ମଜବୁତ ନଥିବାରୁ ସେମାନେ ଏହାର ବିରୋଧ କରୁଥିଲେ,କିନ୍ତୁ ସେ ଲୁଚି ଲୁଚି କଥକ ମଧ୍ୟ ଶିଖିଥିଲେ । ସେ ମାଧୁରୀ,ସୁଷ୍ମିତା,ଗୌରୀ ଖାନ,ସୁଜୈନ ଏବଂ ବିପାଶାଙ୍କୁ ଫିଟନେଓ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି । ତାଙ୍କୁ ଫିଲ୍ମ ଲଗାନରେ ପ୍ରଥମ ବ୍ରେକ ମିଳିଥିଲା । ପ୍ରଡ୍ୟୁସର ରୀନା ଖାନ ତାଙ୍କୁ କୋରିଓଗ୍ରାଫି କରିବା ପାଇଁ ସୁଯୋଗ ଦେଇଥିଲେ ।

ସେ ଟିଭି ପାଇଁ ଫିଲ୍ମ ଠାରୁ ଦୂରରେ ରହୁଥିଲେ । ତାଙ୍କ କହିବା ଅନୁସାରେ ୧୦ଟି ଫିଲ୍ମ କରିବା ପରେ ମଧ୍ୟ ତାଙ୍କୁ ଏତେ ପସନ୍ଦ ଆସିନଥିଲା । ଟିଭିରେ ସୁଯୋଗ ମିଳିବା ପରେ ସେ ଫିଲ୍ମ ଛାଡ଼ି ଦେଇଥିଲେ । ତେବେ ସେ ବିବାହ କରିବାକୁ ମଧ୍ୟ ଚାହାଁନ୍ତିନି । ଜଣକ ସହିତ ୧୨ ଘଂଟା ଏକା ସାଙ୍ଗରେ ରହିବା ପାଇଁ ସେ ଚାହାଁନ୍ତି ନାହିଁ । ନିଜ କଳାକାର ଜୀବଦନକୁ ନେଇ ସେ ଖୁବ ଖୁସି ଅଛନ୍ତି । ଖୁସି ରହିବା ପାଇଁ ବିବାହର କୌଣସି ଆବଶ୍ୟକତା ନଥିବା କଥା ସେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More