Only for Entertainment

ଭାଇରାଲ ହେଲା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ‘ତେରିମେରି କାହାନୀ’ !

206

ବର୍ତ୍ତମାନ ସମୟରେ ଯେଉଁ ମହିଳାଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ତାଙ୍କୁ ସୋସିଆଲ ମିଡିଆରେ ସମସ୍ତେ ନକଲ କରିବାକୁ ଲାଗିପଡିଛନ୍ତି । ହଁ, ଆମେ ଆପଣଙ୍କୁ କହୁଛୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ କଥା । ହିମେଶ ରେଶମିୟାଁଙ୍କ ସହ ସେ ଯେଉଁ ଏକ ଗୀତ ସୁଟ୍ କରିଛନ୍ତି, ତାର ଏକ ଛୋଟିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି । ଆଉ ଏହି ଗୀତ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଥିବା ବେଳେ, ଅନେକ ମଧ୍ୟ ଏହି ଭିଡିଓର ନକଲ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଆଉ ଏମାନଙ୍କ ତାଲିକାରେ ଏବେ ସାମିଲ ହୋଇଯାଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିୱାଲ ।

ଭିଡିଓରେ ଦେଖିବାକୁ ମିଳିଥିଲା, ଯେଉଁଭଳିଭାବେ ରାନୁ ମଣ୍ଡଳ ଗୀତ ଗାଉଥିଲେ ଏବଂ ତାଙ୍କ ପାଖରେ ହିମେଶ ରେଶମିୟାଁ ଛିଡା ହୋଇ ତାଙ୍କୁ ଉତ୍ସାହିତ କରୁଥିଲେ । ଠିକ୍ ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ   ଏବଂ ଆଉ ତାଙ୍କ ତାଳ ସହ ତାଳ ମିଶାଇ ଗୀତ ଗାଉଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଭଳି ତାଙ୍କୁ ଉତ୍ସାହିତ କରୁଛନ୍ତି । ଏହାକୁ କେହି ଜଣେ ୟୁଜର୍ସ ସୋସିଆଲ ମିଡିଆରେ ଏଡିଟ କରି ଛାଡିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More