Only for Entertainment

ପୁଲୱାମା ଆକ୍ରମଣକୁ ନେଇ ସୋସିଆଲ ମିଡିଆରେ ତାତିଲେ ଦେଶବାସୀ ! ଅଧାରେ ରହିଯାଉ ପଛେ ଭାରତର ବିକାଶ, ଆତଙ୍କବାଦୀଙ୍କର ହେଉ ସର୍ବନାଶ !

kanak news
21

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହେବା ପରେ ପୂରା ଦେଶରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ଘଟଣା ପରେ ପୂରା ଦେଶବାସୀ ଏକାଠି ହୋଇଛନ୍ତି । କେବଳ ନେତା ନୁହଁନ୍ତି ଦେଶର ପ୍ରତି ଲୋକଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ଏହାଛଡା ଭାରତକୁ ଭଲ ପାଉଥିବା ଲୋକ ଓ ଦେଶ ମଧ୍ୟ ଏହି ଆକ୍ରମଣକୁ ବିରୋଧ କରିବା ସହ ଆତଙ୍କବାଦୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସିଧାସଳଖ ମତ ଦେଇଛନ୍ତି । ଆତଙ୍କବାଦୀଙ୍କୁ ସମୁଳେ ବିନାଶ କରିବାକୁ ଭାରତ ସହ ହାତ ମିଳାଇବାକୁ ଅନେକ ଦେଶ ଆଗେଇ ଆସିଛନ୍ତି ।

pic 1

ଆଉ ଏସବୁ ଭିତରେ ସୋସିଆଲ ମିଡିଆରେ ମଧ୍ୟ ଉଭୟ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ନେଇ ଲୋକଙ୍କ ମନରେ କେତେ କ୍ରୋଧ ରହିଛି ତାହା ସାମ୍ନାକୁ ଆସିଛି । ମୁହଁ ଖୋଲିଲେ ପାକିସ୍ତାନ ଉପରେ ବର୍ଷୁଛନ୍ତି, ଲେଖିବା ଆରମ୍ଭ କଲେ ଆତଙ୍କବାଦୀଙ୍କୁ ସିଧା ନିଶାନା କରୁଛନ୍ତି । ସୋସିଆଲ ମିଡିଆରେ ପୁଲୱାମା ଆକ୍ରମଣ ସମ୍ପର୍କିତ ଯେ କୌଣସି ଭିଡିଓ କିମ୍ବା ମେସେଜ ଦେଖନ୍ତୁ ପ୍ରତ୍ୟେକ ପୋଷ୍ଟରେ ଦେଖିବାକୁ ମିଳୁଛି ଭାରତୀୟ ଓ ଭାରତକୁ ଭଲ ପାଉଥିବା ବ୍ୟକ୍ତିଙ୍କ କ୍ରୋଧ । କ୍ରୋଧ ଏମିତି ଯେ, ପାକିସ୍ତାନ ସମେତ ଆତଙ୍କବାଦୀଙ୍କୁ ସମୂଳେ ବିନାଶ କରିବାକୁ ସରକାରଙ୍କୁ ବିନତି କରୁଛନ୍ତି ୟୁର୍ଜସ ।

poem

ହମେ ନିନ୍ଦା ନେହିଁ ଚାହିୟେ, ଏକ୍ ଭି ଆତଙ୍କୀ ଜିନ୍ଦା ନେହିଁ ଚାହିୟେ । ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେତେବେଳେ ପୁଲୱାମା ଆକ୍ରମଣରେ ଭାରତର ୪୨ ଯବାନ ସହିଦ ହୋଇଛନ୍ତି ଠିକ୍ ସେତିକିବେଳେ ଅଧିକାଂଶ ନେତା ଏହି ଘଟଣାକୁ ନିନ୍ଦା କରିଛନ୍ତି । କିନ୍ତୁ ଏହି ପୋଷ୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ନିନ୍ଦା ନୁହେଁ ଆତଙ୍କବାଦୀଙ୍କୁ ନିପାତ କର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More