Only for Entertainment

ବ୍ୟକ୍ତି ଜଣକ ଧରୁଥିଲେ ମାଛ, ଯେତେବେଳେ କଂଟା ଟାଣିଲେ ଦେଖିଲେ କିଛି ଏଭଳି !

132

ଆମେରିକାର ଟେକ୍ସାସରେ ରହୁଥିବା ଚେଜ ମେକର ମାଛ ଧରିବା ପାଇଁ ହ୍ୟାରିସ କାଉଂଟିର ଲାଙ୍ଗହମ କ୍ରିକକୁ ଯାଇଥିଲେ । ସେ ପାଣିରେ କଂଟା ଫୋପାଡିବା ଅପେକ୍ଷା କରିଥିଲେ । କିଛି ସମୟ ପରେ ଯେତେବେଳେ ସେ କଂଟା ଉପରକୁ ଟାଣିଥିଲେ , ତା’ପରେ ସେ ଆଶ୍ଚର୍ଯ୍ୟ ହୋଇପଡିଥିଲେ ।

କଂଟାରେ କେବଳ ମାଛ ନୁହେଁ ବରଂ ମାଛ ସହ ଅଜଗର ମଧ୍ୟ ଥିଲା । ଆଶ୍ଚର୍ଯ୍ୟର କଥା ଏହା ଯେ ଅଜଗର ଫଶି ରହିଥିବା ମାଛକୁ ଅଧା ଗିଳି ନେଇଥିଲା । ଏବେ ସୋସିଆଲ ମିଡିଆରେ ଏହି ଆଶ୍ଚର୍ଯ୍ୟକର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ, ଏହି ଭିଡିଓକୁ ଦୁର୍ବଳ ହୃଦୟ ଥିବା ବ୍ୟକ୍ତି ନଦେଖିବା ଉଚିତ ।

ଏହି ଭିଡିଓ କିଛି ମାସ ପୂର୍ବେ ଅର୍ଥାତ ଜୁଲାଇରେ ଟ୍ୱିଟରରେ ଶେୟାର କରାଯାଇଥିଲା । ଖବର ଲେଖିବା ପର୍ଯ୍ୟନ୍ତ ଏହି ଭିଡିଓକୁ ହାରାହାରି ୫୦ଲକ୍ଷ ଭ୍ୟୁ ମିଳି ସାରିଥିଲା । ଯେତେବେଳେ କି ୫୪ହଜାରରୁ ଅଧିକ ରି-ଟ୍ୱିଟ ଏବଂ ୨ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More