Only for Entertainment

ରିଲିଜ ହେଲା ‘ଠାକରେ’ର ଟ୍ରେଲର, ଇଣ୍ଟରନେଟରେ ଛାଇଲା ନବାଜୁଦ୍ଦୀନଙ୍କ ଲୁକ

DNA India
35

ବଲିଉଡ ଅଭିନେତା ନବାଜୁଦ୍ଦୀନ ସିଦ୍ଦିକି ଖୁବ ଶୀଘ୍ର ଶିବ ସେନା ସଂସ୍ଥାପକ ବାଲ ଠାକରେଙ୍କ ବାୟୋପିକ ‘ଠାଟରେ’ରେ ନଜର ଆସିବେ । ଫିଲ୍ମର ଟ୍ରେଲରକୁ କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ଟ୍ରେଲରରେ ନବାଜ ବାଲ ଠାକରେଙ୍କ ଭୂମିକାରେ ନଜର ଆସିଛନ୍ତି । ଟ୍ରେଲର ରିଲିଜ ହେବା ପରେ ନବାଜୁଦ୍ଧିନ ସିଦ୍ଦିକିଙ୍କ ଲୁକ ଇଣ୍ଟରନେଟରେ ଛାଇ ରହିଛି । ନବାଜ ଟ୍ରେଲରରେ ସମ୍ପୂର୍ଣ୍ଣ ଭାବେ ବାଲ ଠାକରେଙ୍କ ପରି ଦେଖାଯାଉଛନ୍ତି । ଏହା ସହିତ ତାଙ୍କ ଡାଇଲଗ ଡେଲିିଭରୀ ଖୁବ ସାନଦାର ରହିଛି । ବାଲ ଠାକରେଙ୍କ ଏହି ବାୟୋପିକକୁ ଅଭିଜିତ ଫାନ୍ସେ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାକୁ ପ୍ରଡ୍ୟୁସ କରିଛନ୍ତି ସଂଜୟ ରାଉତ ।

ବାଲ ଠାକରେ କିପରି ନିଜ ରାଜ୍ୟ ଏବଂ ରାଜ୍ୟର ଲୋକମାନଙ୍କ ପାଇଁ ସବୁ ସମୟରେ ଠିଆ ହୋଇଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମ ୨୫ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More