Only for Entertainment

ରିଲିଜ ହେଲା ଠାକରେର ଏହି ଗୀତ, ଦମଦାର ଲୁକରେ ନବାଜୁଦ୍ଦିନ ସିଦ୍ଦିକ ।

youtube
31

ଗତକାଲି ରିଲିଜ ହୋଇଛି ନବାଜୁଦ୍ଦିଦ ସିଦ୍ଦିକଙ୍କ ଠାକରେ ଫିଲ୍ମର ଗୀତ ଆୟା ରେ ଠାକରେ । ଏଥିରେ ନବାଜୁଦ୍ଦିନ ସିଦ୍ଦିକ ଏକ ଦମଦାର ଲୁକରେ ନଜର ଆସିଛନ୍ତି । ଅବଶ୍ୟ ନବାଜୁଦ୍ଦିନ ତାଙ୍କ ସମସ୍ତ ଫିଲ୍ମରେ ଖୁବ ଭଲ ଅଭିନୟ କରିଛନ୍ତି ଏବଂ ଖୁବ କମ ଦିନ ମଧ୍ୟରେ ସେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତଥାପି ଏହି ଫିଲ୍ମରେ ତାଙ୍କର ଲୁକ ସଂପୂର୍ଣ୍ଣ ଭିନ୍ନ ।ଯାହା କେବେ ମଧ୍ୟ ପୂର୍ବରୁ ଦେଖିବାକୁ ମିଳିନଥିଲା । ନବାଜୁଦ୍ଦିନଙ୍କ ଏହି ଅନ୍ଦାଜକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ଗୀତ ରିଲିଜ ହେବାର ୨୩ ଘଂଟା ମଧ୍ୟରେ ୧୩ ଲକ୍ଷ ୭୬ ହଜାର ୭୨୫ ଥର ଦେଖାସରିଛି । ଏଥିରୁ ଜଣାପଡ଼ୁଛି ଗୀତକୁ ଭଲ ଭ୍ୟୁଜ ମିଳିଛି ।

ସବୁଠାରୁ ଖାସ କଥା ହେଉଛି ଗୀତରେ ନକାଶ ଅଜିଜଙ୍କ ଗାୟିକିକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ତାଙ୍କର ଏହି ଭିନ୍ନ ସ୍ୱର ଗୀତରେ ଅଧିକ ତଡ଼କା ଦେଇଛି । ତେବେ ଫିଲ୍ମ ୨୫ ଜାନୁୟାରୀ ୨୦୧୯ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More