Only for Entertainment

ଏହି ଫିଲ୍ମ ପାଇଁ ବେଷ୍ଟ ଇଂଟରନେସନାଲ ଆକ୍ଟରର ପୁରସ୍କାର ଜିତିଲେ ଥଲପଥି ବିଜୟ ।

NewsX
0 41

୨୦୧୭ରେ ରିଲିଜ ହୋଇଥିବା ବିଜୟ ଏସଜେ ସୁର୍ଯ୍ୟା,ସାମନ୍ଥ ଏବଂ କାଜଲ ଅଗ୍ରୱାଲଙ୍କ ଅଭିନୀତ ଫିଲ୍ମ ମାର୍ସଲ ବିଜୟର ଅନ୍ୟ ଏକ ଲିଷ୍ଟରେ ପହଂଚି ସାରିଛି । ଏହି ଫିଲ୍ମରେ ନିଖୁଣ ଅଭିନୟ କରି ଥାଲପଥି ବିଜୟ ବେଷ୍ଟ ଇଂଟରନେସନାଲ ଆକ୍ଟରର ଆୱାର୍ଡ଼ ପାଇଛନ୍ତି । ଯାହା ଇଂଟରନେସନାଲ ଆଚିଭମେଂଟ ରିକୋଗନିସନନ୍ସ ଆୱାର୍ଡ଼ସ ତରଫରୁ ତାଙ୍କୁ ପ୍ରାପ୍ତ ହୋଇଛି । ଏହି ଅଭିନେତାଙ୍କ ଫ୍ୟାନ୍ସଙ୍କ ତରଫରୁ ତାଙ୍କୁ ସୋସିଆଲ ମିଡିଆରେ ଖୁବ ସାରା ସମ୍ବୋର୍ଦ୍ଧନାର ସୁଅ ଛୁଟୁଛି ।
ଏହା ନିହାତି ଭାବରେ ଏକ ବଡ଼ ସଫଳତାଯେ ଏହି ଅଭିନେତା ବେଷ୍ଟ ଆକ୍ଟର ପାଇଁ ମନୋନୀତ ହୋଇଥିଲେ । ୨୦୧୭ରେ ରିଲିଜ ହୋଇଥିବା ଏହି ବ୍ଲକବଷ୍ଟର ଫିଲ୍ମ ବକ୍ସ ଅଫିସରେ ୨୦୦ କୋଟିର କଲେକ୍ସନ କରିଥିଲା । ଏହା ପ୍ରଥମ ତାମିଲ ଫିଲ୍ମ ଯାହା ଚାଇନାରେ ରିଲିଜ ହୋଇଥିଲା । ତେବେ ଫିଲ୍ମ ମର୍ସଲ ଦଙ୍ଗଲ ଏବଂ ବାହୁବଳୀ ଭଳି ଫିଲ୍ମ ଲିଷ୍ଟରେ ସାମିଲ ହୋଇ ସାରିଛି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଟଲୀ ।

ଫିଲ୍ମ ସ୍ୱାସ୍ଥ୍ୟ ଉପରେ ନିର୍ମାଣ କରାଯାଇଛି,ଯେଉଁଥିରେ ସେ ତାଙ୍କ ବାପାଙ୍କ ମୃତ୍ୟୁ ପଛର କାରଣ ଜାଣି ପାରିଛନ୍ତି । ଏହି ଫିଲ୍ମ ରିଲିଜ ହେବା ପରେ କିଛି ଡାଏଲଗକୁ ନେଇ କଂଟ୍ରୋଭର୍ସି ମଧ୍ୟରେ ଥିଲା । ଏହା ସତ୍ତେ୍ୱ ମଧ୍ୟ ଏହା ଭଲ ପ୍ରଦର୍ଶନ କରିଥିଲା । ରଜନୀକାନ୍ତ ଏବଂ କମଲ ହାସନ ମଧ୍ୟ ଏହାକୁ ଖୁବ ପ୍ରଶଂସା କରିଛନ୍ତି ।
କରେ ଗଙ୍ଗସିଉଳି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More