Only for Entertainment

ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର: ଅନୁପମଙ୍କ ସମେତ ୧୪ ଜଣଙ୍କ ନାମରେ ଏଫଆଇଆର ପାଇଁ ଆଦେଶ ଦେଲେ କୋର୍ଟ ।

chandigarhmetro.com
23

ରିଲିଜର ଠିକ ପୂର୍ବରୁ ସଂଜୟ ବାରୁଙ୍କ ବହି ଉପରେ ଆଧାରିତ ଫିଲ୍ମ ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର ବିବାଦ ମଧ୍ୟରେ ଫସିଯାଇଛି । ବିାହରର ଅଦାଲତ ମଙ୍ଗଳବାରକୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏହି ଚରିତ୍ରରେ ଅଭିନୟ କରିଥିବା କଳାକାର ଅନୁପମ ଖେରଙ୍କ ସମେତ ୧୪ ଜଣଙ୍କ ନାମରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଓକିଲ ସୁଧିର ଓଝା ଏମାନଙ୍କ ବିରୋଧରେ ଦାୟର କରିଥିବା ମାମଲାରେ ଅଭିଯୋଗ କରିଥିଲେ ଯେ ‘ଏହି ଚଳଚ୍ଚିତ୍ରରେ କେତେକ ଶୀର୍ଷ ନେତାଙ୍କ ଭାବମୂର୍ତ୍ତିକୁ କଳୁଷିତ କରି ପ୍ରଦର୍ଶନ କରାଯାଇଛି।’ ଏହାର ବିଚାର କରି ଅଦାଲତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଚଳଚ୍ଚିତ୍ରଟିରେ ମନମୋହନ ସିଂହଙ୍କ ଚରିତ୍ରକୁ କଦର୍ଥ କରାଯାଇଛି ବୋଲି ଦାବି କରି କଂଗ୍ରେସ ଏହାର ପ୍ରଦର୍ଶନ ଉପରେ ରୋକ ପାଇଁ ଇଚ୍ଛା ପ୍ରକଟ କରିଥିବା ବେଳେ ଚଳଚ୍ଚିତ୍ରଟିକୁ ପ୍ରଦର୍ଶନ କରାଇବା ପାଇଁ ବିଜେପି ଗୋଡ଼ ଟେକି ଠିଆ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More