Only for Entertainment

ସିନେମାଘରେ ରିଲିଜ ହେବାପାଇଁ ପ୍ରସ୍ତୁତ ‘ଦ ଆଂଗ୍ରି ବର୍ଡ଼’ ।

ani
28

ପୁଣିଥରେ ଫେରିଛି ଦ ଆଂଗ୍ରି ବର୍ଡ଼ସ । ଆନିମେଟେଡ ଆଡଭେଂଚର କମେଡ଼ି ‘ଦ ଆଂଗ୍ର ବର୍ଡ଼ ଟୁ’ ୨୩ ଅଗଷ୍ଟ ୨୦୧୯ରେ ସିନେମା ଘରେ ରିଲିଜ ହେବା ପାଇଁ ପ୍ରସ୍ତୁତ । ୨୦୦୬ରେ ଆସିଥିବା ‘ଦ ଆଂଗ୍ରି ବର୍ଡ଼’ର ସିକ୍ୱେଲ ହେଉଛି ଏହି ଅପକମିଂ ଫିଲ୍ମ । ଯାହା ଏକ ଭିଡ଼ିଓ ଗେମ’ର ନାମରୁ ଆସିଛି । ନିକଟରେ ଫିଲ୍ମର ଟ୍ରେଲର ନିର୍ମାତାଙ୍କ ଦ୍ୱାରା ରିଲିଜ ହୋଇଥିଲା । ଯେଉଁଥିରେ ଘୁଷୁରୀ ଏବଂ କିଛି କ୍ରୋଧୀ ଶତ୍ରୁଙ୍କ ମଧ୍ୟରେ ନୂଆ ଏବଂ ଚମତ୍କାର ଦୁଃସାହସିକ କାର୍ଯ୍ୟ ନଜର ଆସିବ ।

ଯଦି ୨ ମିନିଟ ୪୪ ସେକେଣ୍ଡର ଭିଡ଼ିଓରେ ଏତେ କମେଡ଼ି ଦେଖିବାକୁ ମିଳିଛି ତେବେ ସମଗ୍ର ଫିଲ୍ମ କେତେ କମେଡ଼ିର ଭରପୂର ଥିବ ତାହା ଭାବିବା ଯୋଗ୍ୟ ।ହଲିଉଡ ରିପୋର୍ଟର ଅନୁସାରେ ବିଲ ହାଡର, ପେଟେ ଡେଭିଡସନ, ଅକ୍ୱାଫିନା, ଟିଫାନି ହାଡିସ, ଷ୍ଟେରଲିଙ୍ଗ କେ ବ୍ରାଉନ, ୟୁଜେନିଓ ଦରବେଜ, ଡ୍ୟାନି ଏମସିବ୍ରିଡ, ପିଟିର ଡିଙ୍କଲେଜ, ଜାକ ଉଡସ, ଡଭ କ୍ୟାମେରୋନ, ଲିଲ ରେଲ ହୱୋରୀ, ବେକ ବେନେଟ, ନିକି ମିନାଜ ଏବଂ ବ୍ରୋକଲିନ ପ୍ରିନ୍ସ ଏହି ଫିଲ୍ମ ର ଆନିମେଟେଡ ଚରିତ୍ର ପାଇଁ କଣ୍ଠ ଦାନ କରିଛନ୍ତି ।

ପ୍ରଥମ ଫିଲ୍ମ ୱାର୍ଲଡ ୱାଇଲଡ ୩୫୦ ମିଲିଅନ ଇନକମ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More