Only for Entertainment

ରିଲିଜ ହେଲା ‘ଦ ବଡି’ ଫିଲ୍ମର ପାର୍ଟି ସଙ୍ଗ ‘ଝଲକ ଦିଖଲା ଜା’, ଦେଖନ୍ତୁ

DNA India
47

ରିଲିଜ ଅପେକ୍ଷାରେ ସସପେନ୍ସ ଥ୍ରୀଲର ସିନେମା ‘ଦ ବଡି’ । ଏବେ ଆସିଛି ଫିଲ୍ମର ନୂଆ ଡ୍ୟାନ୍ସ ଗୀତ ‘ଝଲକ ଦିଖଲାଜା’ । ହିମେଶ ରେଶମିୟାଁଙ୍କ ଗାତକୁ ରିକ୍ରିଏଟ୍ କରାଯାଇଛି ଏହି ସିନେମା ପାଇଁ । ଆଉ ଏହାକୁ ରିକ୍ରିଏଟ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତନିଷ୍କ ବାଗଚି । ପାର୍ଟି ଥିମକୁ ନେଇ ଏହି ଗୀତଟି ପ୍ରସ୍ତୁତ କିରଛନ୍ତି ମେକର୍ । ଇମ୍ରାନ ହାସମୀଙ୍କୁ ଦେଖିବାକୁ ମିଳିିଛି । ଏଥିରେ କଣ୍ଠଦାନ କରିଛନ୍ତି ହିମେଶ ରେଶମିୟାଁ । ୟୁଟ୍ୟବରେ ଗୀତକୁ ଜାରି କରାଯିବା ପରେ ଲଗାତାର ଏହାର ଶ୍ରୋତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଫିଲ୍ମରେ ସସପେନ୍ସ ଓ ଥ୍ରୀଲରରେ ଭରପୁର ରହିଛି ସହ ଋଷି କପୁର୍ ଓ ଇମ୍ରାନଙ୍କ ଦମଦାର ଅଭିନୟ । ନୂଆ ଚେହେରା ବେଦିକା ଓ ଶୋଭିତା ଫିମେଲ ଲିଡରେ ଅଭିନୟ କରୁଛନ୍ତି । ସୁନୀର ଖେତରପାର ଫିଲ୍ମର ପ୍ରଯୋଜନା ଓ ଜିତ ଯୋଶେଫ ନିର୍ଦ୍ଦେଶନା ଦେଇଛନ୍ତି । ମାଲିଲିୟମ ଫିଲ୍ମର ନିର୍ଦ୍ଦେଶକ ଜିତୁ ଯୋଶେଫଙ୍କ ଏହା ବଲିଉଡ ଡେବ୍ୟୁ । କ୍ରାଇମ ମିଷ୍ଟ୍ରିର କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମରେ ଅଳ୍ପ କିଛି ହରର ସିନକୁ ମଧ୍ୟ ସ୍ଥାନ ଦିଆଯାଇଛି । ଡିସେମ୍ବର ୧୩ରେ ପରଦାକୁ ଆସିବ ଦ ବଡ଼ି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More