Only for Entertainment

ରିଲିଜ ହେଲା ଇମରାନ ହାଶମୀ, ଋଷି କପୁରଙ୍କ କ୍ରାଇମ ଥ୍ରିଲର ‘The Body ’ର ସସପେନ୍ସ ଟ୍ରେଲର, ଦେଖନ୍ତୁ ଭିଡିଓ

ଇରାନ ହାଶମୀ ଓ ଋଷି କପୁଙ୍କ ଆଗାମୀ କ୍ରାଇମ ଥ୍ରିଲର ଫିଲ୍ମ ‘ଦ ବଡୀ’ର ଟ୍ରେଲରକୁ ମେକର୍ସ ଆଜି ରିଲିଜ କରିଛନ୍ତି । ଏହି ଫିଲ୍ମ ସହିତ ଅଭିନେତା ଇମରାଲ ହାଶମୀ ପୁଣିଥରେ ଇଣ୍ଟେନ୍ସ ଅନ୍ଦାଜରେ ଫେରିଛନ୍ତି । ଫିଲ୍ମରେ ଡ୍ରାମା, ଥ୍ରିଲର ସହିତ ରୋମାନ୍ସ ଏବଂ ବୋଲ୍ଡ ସିନ ମଧ୍ୟ ରହିଛି ।

ଫିଲ୍ମର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ଜଣେ ପ୍ରଫେସର (ଇମରାନ ହାଶମୀ)ଙ୍କ ପତ୍ନୀ ମାୟା (ଶୋଭିତା ଧୁଲିପାଲା)ଙ୍କର ମୃତ୍ୟୁ ହୋଇଯାଇଛି । ଋଷି କପୁର ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ଅଭିନେତ୍ରୀ ଦେବୀକା ଇମରାନଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ଅଛନ୍ତି । କାହାଣୀ ଅନୁସାରେ ଶବ ଗୃହରୁ ଇମରାନଙ୍କ ପତ୍ନ ମାୟାର ଶବ ଉଭାନ ହୋଇଯାଏ । ତେବେ ଇମରାନ ହିଁ ପତ୍ନୀ ମାୟାକୁ ମାରିଛନ୍ତି ନା ଆଉ କିଛି ତାହା ଖୁବ ସସପେନ୍ସ ରହିଛି ।

ଫିଲ୍ମର ଟ୍ରେଲର ସମସ୍ତଙ୍କ ମନରେ ରୋମାଞ୍ଚ ଭରି ଦେବ ବୋଲି ଆଶା କରାଯାଉଛି । ଦୃଶ୍ୟମ ନିର୍ଦ୍ଦେଶକ ନିଶିକାନ୍ତ କମତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମ ୧୩ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More