Only for Entertainment

ବିବାହ ବେଳେ ବର କଲେ ଏଭଳି ନିଆରା ଏଂଟ୍ରି, ଆଶ୍ଚର୍ଯ୍ୟ ହୋଇଗଲେ ସବୁ, ଦେଖନ୍ତୁ !

panjabkeshri
0 44

ସମସ୍ତେ ନିଜ ବିବାହକୁ ନେଇ ଖୁସି ଥାଆନ୍ତି ଏବଂ ଏହାକୁ କିଛି ନିଆରା ଓ ଖାସ କରିବା ଲାଗି ଚେଷ୍ଟା ମଧ୍ୟ କରନ୍ତି । କିନ୍ତୁ ଜଣେ ପାକିସ୍ଥାନୀ ବ୍ୟକ୍ତି ନିଜ ବିବାହକୁ ନେଇ କିଛି ଏଭଳି କରିଛନ୍ତି ଯାହା ସବୁଠାରୁ ନିଆରା ଥିଲା । ଏହି ବର ଜଣକ ନିଜ ବିବାହକୁ ଅଲଗା କରିବାକୁ ଯାଇ ଏଭଳି କିଛି ନିଆରା ଢଙ୍ଗକୁ ଆପଣେଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ବର ଜଣକ ଫେମସ ରେସଲର ଅଣ୍ଡରଟେକରଙ୍କ ଅନ୍ଦାଜରେ ନିଜ ବିବାହରେ ଏଂଟ୍ରି କରିଥିଲେ । ବେକ ନୁଆଇଁ ଏବଂ ଗୋଟେ ହାତରେ ବେଲ୍ଟ ଧରି ସେ ବିବାହ ମଣ୍ଡପ ପାଖେ ପହଂଚିଥିଲେ । ସେ ଟୋପି ମଧ୍ୟ ପିନ୍ଧିଥିଲେ । ଅଣ୍ଡରଟେକରଙ୍କ ଭଳି ସେ ମଧ୍ୟ ବେଲ୍ଟ ଉଠାଇ ଧୀରେ ଧୀରେ ଚାଲିଥିଲେ । ଏହି ବରଙ୍କ ଭିଡିଓ ଜାନୁ କି ବାତେ ନାମରେ ଫେସବୁକରେ ଶେୟାର କରାଯାଇଛି । ଏହି ଭିଡିଓରେ ଲକ୍ଷ ଲକ୍ଷ ଭ୍ୟୁ ଏବଂ ହଜାର ହଜାର ଲୋକ ଏହାକୁ ଶେୟାର କରିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More