Only for Entertainment

ଏହି ଦେଶରେ ବିଳମ୍ବରେ ପହଂଚିଲେ ମିଳିଥାଏ ପ୍ରଶଂସା ।

Faithful+Gould
0 72

ପିଲାବେଳୁ ଆମ ସମସ୍ତଙ୍କୁ ସମୟକୁ ସଠିକ୍ ଭାବେ ଉପଯୋଗ କରିବା ଓ ସମାୟାନୁବର୍ତ୍ତୀ ହେବା ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ । ସମୟକୁ ସଠିକ୍ ଭାବରେ ବିନିଯୋଗ କରିବା ଉଚିତ ।

ସମୟକକୁ ହେୟ ଜ୍ଞାନ କରି ବିଳମ୍ବରେ ପହଂଚିବା ଦ୍ୱାରା କର୍ମକ୍ଷେତ୍ର ଉପରେ ପ୍ରଭାବ ପଡ଼ିଥାଏ । । ସବୁଠାରୁ ଖାସ କଥା ହେଉଛି ପ୍ରତ୍ୟେକ ଦେଶରେ ସମୟକୁ ଅଧିକ ଗୁରୁତ୍ୱ ଦିଆଯାଏ । ବିଳମ୍ବରେ ପହଂଚିଲେ ଅଫିସ ଆଦିରେ ସିନିୟରଙ୍କ କ୍ରୋଧର ଶୀକାର ହେବାକୁ ପଡ଼ିଥାଏ । ତେବେ ଆପଣ ଜାଣନ୍ତିକି ଏଭଳି ଏକ ଧୋ ଅଛି ଯେଉଁଠାରେ ବିଳମ୍ବରେ ପହଂଚିଲେ ପ୍ରଶଂସା ଶୁଣିବାକୁ ମିଳିଥାଏ । ଠିକ ସମୟରେ ପହଂଚିବାକୁ ଅସଭ୍ୟତା ବୋଲି କୁହାଯାଇଥାଏ ।

 

ଆଜ୍ଞା ହଁ ବ୍ରାଜିଲ ହେଉଛି ଏକ ଏପରି ଦେଶ ଯେଉଁଠାରେ ଯେଉଁଠି ସମୟ ଅନୁସାରେ ପହଞ୍ଚିବା ଏବଂ ସମୟକୁ ନେଇ ଯେଉଁ ଚିନ୍ତାଧାରାରହିଛି, ତାହା ଅନ୍ୟ ଦେଶ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ।ସେଠାରେ ପାର୍ଟିରେ ଠିକ୍ ସମୟରେ ପହଞ୍ଚିବା ପରିବର୍ତ୍ତେ ସମସ୍ତେ ବିଳମ୍ବରେପହଞ୍ଚନ୍ତି । କହିବାକୁ ଗଲେ ସମଗ୍ର ବ୍ରାଜିଲର ଲୋକମାନେ ହିଁ ବିଳମ୍ବିତ । କିନ୍ତୁ ସେମାନଙ୍କ ମଧ୍ୟରୁ ରିୟୋ ସହରର ଲୋକମାନେ ସବୁଠୁ ଅଧିକ ବିଳମ୍ବରେ ଯାଆନ୍ତି । ବ୍ରାଜିଲରେ ସାଧାରଣତଃ ଲୋକମାନେ ଯେକୌଣସି ପାର୍ଟିରେ ସମୟ ଅନୁସାରେ ପହଞ୍ଚିବାକୁ ଖରାପ ବୋଲି ଭାବନ୍ତି । ରିୟୋରେ ବିଶେଷ କରି ଏହାକୁ ସାମାଜିକ ପରମ୍ପରା ଭାବରେ ନିଆଯାଇଛି । ଅର୍ଥାତ୍ ସେଠାରେ ଶୀଘ୍ର ପହଞ୍ଚିବା ଅର୍ଥ ଆପଣ କୌଣସି ପାଟିରେ ବିନା ନିମନ୍ତ୍ରଣରେ ପହଞ୍ଚିଛନ୍ତି ବୋଲି
ଭାବନ୍ତି । ବ୍ରାଜିଲ ଲୋକମାନଙ୍କର ଏକ ଚିନ୍ତାଧାର ହେଉଛି, ‘ଲାଇଫ୍ ଇଜି ଏ ବିଚ୍’ । ଅର୍ଥାତ୍ ଜୀବନରେ ସାମୟିକ ବିରତି ରହିବା ନିହାତି ଆବଶ୍ୟକ । ଏହି ଭାବନାରେ ସେତେବେଳେ ଫଳ ମିଳିଥାଏ ଯେତେବେଳେ ନିତିଦିନ ଜୀବନର ଧାଁ-ଦୌଡରେ ଆପଣଙ୍କ ସମୟ ବିତୁଥିବ । ସେଠାରେ ସମୟରେ ପହଞ୍ଚିବା ଫଳରେ କଣ ହୋଇଥାଏ:

ସେଠାରେ ଏକ ଅଜଣା ନିୟମ ରହିଛି, ପାର୍ଟି ଆରମ୍ଭ ହେବା ପର୍ୟ୍ୟନ୍ତ ଅତିଥିଙ୍କୁ ସେଠାରେ ଅପେକ୍ଷା କରିବାକୁ ପଡିଥାଏ ଏବଂ ପାଟି ଆରମ୍ଭ ହେଲାମାତ୍ରେ ସମସ୍ତଙ୍କୁ ଡ୍ରିଙ୍କ କରିବାକୁ ପଡିଥାଏ । ପତ୍ତୁଗାର୍ଲ ଭାଷାରେ ବିଳମ୍ବରେ ପହଞ୍ଚିବା ଶଦ୍ଦର ଅର୍ଥ ଝଲକତା । ସେଠାରେ ଅଧିକ ସମୟ ନେବା କିମ୍ବା ବିଳମ୍ବରେ ପହଞ୍ଚିବା ପାଇଁ ବିଭିନ୍ନ ଶଦ୍ଦ ତ ରହିଛି, ହେଲେ ସଠିକ୍ ସମୟରେ ପହଞ୍ଚିବା ପାଇଁ କିଛି ଶଦ୍ଦ ନାହିଁ । ଯଦି କୌଣସି ବ୍ୟକ୍ତି ସଠିକ୍ ସମୟରେ ପହଞ୍ଚୁଛି, ସେମାନଙ୍କୁ ଅଣ ଇଂରାଜୀ ଅର୍ଥାତ୍ ଇଂରେଜଙ୍କ ପରି ସମୟାନୁବର୍ତ୍ତିତା ବୋଲି କହି ଆକ୍ଷେପ କରନ୍ତି । ଯଦି ଆପଣଙ୍କୁ ବ୍ରାଜିଲରେ କେହି କହୁଛନ୍ତି ମୁଁ ଶୀଘ୍ର ଆସୁଛି, ତେବେ ସେମାନଙ୍କ କଥାରେ ବିଲ୍କୁଲ୍ ବିଶ୍ୱାସ କରନ୍ତୁ ନାହିଁ । ରିୟୋର ଲୋକମାନେ ‘ଏଇ – ପହଞ୍ଚୁଛନ୍ତି’ କହିବା ଅର୍ଥ ହେଲା,- ହୁଏତ ସେ ସମୟରେ ସେ ଘରେ ଥିବେ କିମ୍ବା ଗାଧେଇବାକୁ ଯାଉଥିବେ । ଦେଖିବାକୁ ଗଲେ ପୂରା ବ୍ରାଜିଲ ସହରକୁ ବିଳମ୍ବିତ ସହର ବୋଲି କହିବାଟା କିଛି ନୂଆ କଥା ନୁହେଁ କିନ୍ତୁ ରିୟୋର ଲୋକ ମାନଙ୍କ କଥା କହିବୁ ତ,ସେମାନେ ସପୂର୍ଣ୍ଣ ଭିନ୍ନ ଧରଣର । ଅଧିକାଂଶ ସମୟ ସେମାନେ କୁହନ୍ତି ରାସ୍ତାରେ ଟ୍ରାଫିକ୍ରେ ଫଶିଯାଇଛୁ, କିନ୍ତୁ ସେ ସମୟରେ ଘରେ ଥିବାର ଶୁଣିବାକୁ ମିଳେ ।ତେଣୁ ସମୟ ବିଳମ୍ବ ହେବା ବ୍ରାଜିଲରେ କିଛି ନୂଆ କଥା ନୁହେଁ । ପିଟର ଫ୍ଲେମିଙ୍ଗ ୧୯୩୩ରେ ତାଙ୍କର ଏକ ପୁସ୍ତକରେ ଲେଖିଥିଲେ ଯଦି କେହି ତରବର ଥିବ, ତେବେ ବ୍ରାଜିଲରେ ତା’ର ଅବସ୍ଥା ଖରାପ ହୋଇପାରେ । ଏନେଇ ପିଟର ଫ୍ଲେମିଙ୍ଗ ନିଜ ପୁସ୍ତକରେ ଲେଖିଛନ୍ତି, ବ୍ରାଜିଲରେ ବିଳମ୍ବ ହେବା ଏକ ବାତାବରଣ । ଆପଣଙ୍କୁ ଏହା ସହିବାକୁ ପଡିବ, କାରଣ ଏହାର ବିକଳ୍ପ କାଠିକର ବିଷୟ । ଏହି ବିଳମ୍ବିର ପ୍ରତିକାର ପାଇଁ ଆପଣ କିଛି ବି କରିପାରିବେ ନାହିଁ । ବ୍ରାଜିଲ ଲୋକମାନଙ୍କୁ ଏଥିପ୍ରତି ଗର୍ବ ହେବା ଉଚିତ୍ କି ସେମାନଙ୍କ ଏପରି ଏକ ଅଭ୍ୟାସ ଅଛି, ଯାହାକୁ ଅଣଦେଖା କରାଯାଇପାରିବନାହିଁ । କିମ୍ବା ଅନ୍ୟ କୌଣସି ଦେଶ ଏଥପାଇଁ ଅଭିଯୋଗ
କରିପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More