Only for Entertainment

ଅର୍ଜୁନ କପୂରଙ୍କ ସହ ସମ୍ପର୍କକୁ ନେଇ ମଲାଇକା କଲେ ବଡ ଖୁଲାସା !

bollywoodlife
0 121

ବଲିଉଡ କଳାକାର ଅର୍ଜୁନ କପୂର ଏବଂ ମଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ପୂର୍ବ ବର୍ଷରୁ ଅନେକ କିଛି ଖବର ସାମ୍ନାକୁ ଆସିଥିଲା । ଯେତେବେଳେ ଅରବାଜ ଏବଂ ମଲାଇକାଙ୍କ ମଧ୍ୟରେ ଥିବା ସମ୍ପର୍କରେ ବିଚ୍ଛେଦ ଆସିଲା କଥା ଉଠିଲା ଅର୍ଜୁନଙ୍କ କାରଣରୁ ହୋଇଥିଲା । ଦୁହିଁଙ୍କୁ କିଛି ଦିନ ତଳେ ଏକ ଫ୍ୟାଶନ ଶୋ’ରେ ସ୍ପଟ କରାଯାଇଥିଲା, ଏହାପରେ ଏଭଳି ଶୁଣିବାକୁ ମିଳିଥିଲା ଯେ ଦୁହେଁ ନିଜର ସମ୍ପର୍କକୁ ବୋଧ ହୁଏ ଅଫିସିଆଲ କରି ସାରିଛନ୍ତି ।

ମାତ୍ର ଏହି ସମ୍ପର୍କକୁ ନେଇ ଏକ ବଡ ଖୁଲାସା ହୋଇଛି । ଖୁଲାସ କରିଛନ୍ତି ନିଜେ ମଲାଇକା ଅରୋରା । ଆଜ୍ଞା ହଁ, ଅସଲରେ ମଲାଇକା ଅରୋରା ନିଜ ବନ୍ଧୁ ଅନୀତା ଶ୍ରଫ ଅଦଜାନିଆଙ୍କ ଟକ ଶୋ’ରେ ଯାଇଥିଲେ ଏବଂ ସେଠାରେ ତାଙ୍କୁ ଡେଟିଂ ବିଷୟରେ ପ୍ରଶ୍ନ କରାଯାଇଥିଲା । ମଲାଇକା ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ତାଙ୍କର ଏହି ଡେଟ କନସେପ୍ଟ ବିଷୟରେ କୌଣସି ଧାରଣା ନାହିଁ ଏବଂ ଏହା ସେ ବୁଝି ପାରନ୍ତି ନାହିଁ । ଜୀବନରେ ସେ ଯାହାକୁ ପ୍ରଥମ ଥର ଡେଟ କରିଥିଲେ ତାଙ୍କୁ ହିଁ ସେ ବିବାହ କରିଥିଲେ ବୋଲି ମଲାଇକା କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ମଲାଇକାଙ୍କୁ ବିବାହ କରିବା ପୂର୍ବରୁ ଅରବାଜ କିଛି ଦିନ ପାଇଁ ତାଙ୍କୁ ଡେଟ କରିଥିଲେ . ଏବଂ ଏହାପରେ ବିବାହ କରିଥିଲେ । ମଲାଇକା ଏବଂ ଅରବାଜଙ୍କ ସମ୍ପର୍କ ଏକ ମିଶାଲ ହୋଇଥିଲା । ମାତ୍ର ବିବାହରେ ବିଚ୍ଛେଦ ଆସିବା ପରେ ଏହା ଫ୍ୟାନ୍ସ ମାନଙ୍କୁ ଖୁବ ନିରାଶ କରିଥିଲା । ସେ ଯାହା ହେଉ ନା କାହିଁକି, ମଲାଇକା ଉତ୍ତରରୁ ପରିଷ୍କାର ଜଣା ପଡିଛି ଯେ ସେ ଅର୍ଜୁନଙ୍କୁ କେବଳ ବନ୍ଧୁ ମାନନ୍ତି । କେବଳ ମିଡିଆରେ ଅଯଥା କଥା ତାଙ୍କ ନାଁରେ ଚର୍ଚ୍ଚା କରାଯାଉଛି । ମଲାଇକାଙ୍କର ଏହି ଗୋଟିଏ ଲାଇନ ପରିଷ୍କାର କରି ଦେଇଛି ସବୁକିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More