Only for Entertainment

ଲଣ୍ଡନରେ ଆରମ୍ଭ ହେଲା ଫିଲ୍ମ ‘ଦ ଗର୍ଲ ଅନ ଦ ଟ୍ରେନ’ର ସୁଟିଂ, ପରିଣୀତି ଚୋପ୍ରାଙ୍କ ଏହି ଲୁକ ଦେଖି ଭୟଭୀତ ହୋଇଯିବେ !

71

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ବୁଧବାର ସକାଳେ ନିଜ ସୋସିଆଲ ମିଡିଆରେ ଏକ ଭୟାନକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ବାଥଟବରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନଜର ଆସିଛନ୍ତି । ଫଟୋ ଶେୟାର କରିବା ପରେ ତାଙ୍କର ଅନେକ ପ୍ରଶଂସକ ଚିନ୍ତାରେ ପଡିଯାଇଛନ୍ତି , ମାତ୍ର ଫଟୋ କ୍ୟାପଶନ ଦେଖି ବୁଝିପାରିଛନ୍ତି । ଅସଲରେ ଏହି ଫଟୋ ପରିଣୀତିଙ୍କର ଅପକମିଂ ଫିଲ୍ମ ଦ ଗର୍ଲ ଅନ ଦ ଟ୍ରେନର ଏକ ସିନର ଅଟେ ।

ପରିଣୀତି ଚୋପ୍ରା ଫିଲ୍ମରେ ନିଜ ଲୁକ ଶେୟାର କରି ଲେଖିଛନ୍ତି , କିଛି ଏଭଳି ଯାହା ସେ ଆଗରୁ କେବେ କରି ନାହାନ୍ତି । ଏହା ତାଙ୍କ ଜୀବନର ଏବେ ପର୍ଯ୍ୟନ୍ତ ମଧ୍ୟରେ ସବୁଠାରୁ କଷ୍ଟକର ଭୂମିକା ଅଟେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ନିର୍ଦ୍ଦେଶନା ପୂଭୁ ଦାସଗୁପ୍ତା କରିଛନ୍ତି । ଫିଲ୍ମ ବିଷୟରେ ନିର୍ଦ୍ଦେଶକ କହିଛନ୍ତି ଯେ ଏହି ଫିଲ୍ମରେ ପରିଣୀତି ଜଣେ ନିଶାଗ୍ରସ୍ତ ମହିଳା ଭୂମିକା ତୁଲାଉଛନ୍ତି । ପ୍ରତିଦିନ ୧୬ଘଂଟା ସୁଟିଂ ସିିଡ୍ୟୁଲ ହେବ । ପାଖାପାଖି ୯୯ପ୍ରତିଶତ ସେ ନିଜ ଫିଲ୍ମକୁ ରିଅଲ ଲୋକେସନରେ ସୁଟ କରିବେ ।

ତେବେ ଏହି ଫିଲ୍ମ ପୌଲା ହକିନ୍ସଙ୍କ ନୋବେଲ ‘ଦ ଗର୍ଲ ଅନ ଦ ଟ୍ରେନ’(୨୦୧୫) ଉପରେ ଆଧାରିତ । ୨୦୧୬ରେ ଏହାଉପରେ ହଲିଉଡ ଫିଲ୍ମ ପ୍ରସ୍ତୁତ ହୋଇଥିଲା । ଫିଲ୍ମର ନାଁ ନୋବେଲ ନାଁ ଉପରେ ରଖାଯାଇଥିଲା । ଏବେ ଏହାର ହିନ୍ଦୀ ରିମେକ ପ୍ରସ୍ତୁତ ହେଉଛି । ଏହି ଫିଲ୍ମରେ ପରିଣୀତି ଚୋପ୍ରାଙ୍କ ବ୍ୟତୀତ ଅଦିତି ରାଓ ହୈଦରୀ ଏବଂ କିର୍ତ୍ତୀ କୁଲହାରୀ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More