Only for Entertainment

ସଡ଼କରେ ଯାଉଥିବା ସମୟରେ କାର ଧରି ରେଳ ଧାରଣାରେ ପହଞ୍ଚିଲେ ମହିଳା, ଜିପିଏସ୍‌ କଲା ବାଟବଣା !

NDTV
30

ଗାଡ଼ି ଚଳାଉଥିବା ଲୋକମାନଙ୍କ ପାଇଁ ଜିପିଏସ୍‌ ଏକ ଆବଶ୍ୟକୀୟ ହୋଇଯାଇଛି। ଯଦି ଜିପିଏସ୍‌ ନାହିଁ ତେବେ କେତେକ ଲୋକେ ବାଟବଣା ହୋଇଯାଇ ଥାଆନ୍ତି। ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି କି, ଜଣେ ମହିଳାଙ୍କୁ ଜିପିଏସ୍‌ ବାଟବଣା କରି ଦେଇଛି।

ମହିଳା ଜିପିଏସ୍‌ ଜରିଆରେ ଗାଡ଼ି ଚଳାଉଥିଲେ ଓ ରାସ୍ତାରେ ଯାଉଯାଉ ରେଳ ଧାରଣାରେ ଯାଇ ପହଞ୍ଚି ଯାଇଥିଲେ। ଏହାପରେ ଗ୍ରାଣ୍ଟ ଏଭେନ୍ୟୁ ଓ ଷ୍ଟେଟ ରୁଟ ୮୩୭ ମଧ୍ୟରେ ଥିବା ରେଳ ଧାରଣାରେ ଗାଡ଼ି ଛିଡା ହେବା ମହିଳା ଚାଳକ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଚାଳକ ଓ ଗାଡ଼ିକୁ ସେଠାରୁ ଉଦ୍ଧାର କରିଥିଲା। ଏଭଳି ଏକ ଘଟଣା ଆମେରିକାର ପେନ୍ସିଲେଓ୍ଵନିଆରେ ରାତି ୧୦ ଘଟିକା ସମୟରେ ଘଟିଥିବା ସୂଚନା ମିଳିଛି। ଏହି ଘଟଣାକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ କେହି କେହି ମହିଳାଙ୍କୁ ଟ୍ରୋଲ କରିବା ସହିତ ଅନ୍ୟ କେତେଜଣ ବେଳେବେଳେ ଜିପିଏସ୍‌ ବି ଚାଳକଙ୍କୁ ବାଟ ବଣା କରି ଦିଏ ବୋଲି ମତ ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More