Only for Entertainment

ଆରମ୍ଭ ହେଲା ରମଜାନ ମାସ ।

45

ଆଜି ଠାରୁ ଆରମ୍ଭ ହେଉଛି ପବିତ୍ର ରମଜାନ ମାସ । ଜାମା ମସଜିଦ ସମତେ ଦେଶର ବିଭିନ୍ନ ମସଜିଦରେ ରୋଜା ସହ ନମାଜେ ତରାବିହି ଅଦା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପବିତ୍ର ରମଜାନ ମାସ ଆରମ୍ଭ ହୋଇଥିବା ବେଳେ ବଜାରରେ ଲଚ୍ଛା, ଖଜୁରୀ, ଟୋପି ଆଦି ବିକ୍ରି ହେଉଛି । ମସଜିଦ ଗୁଡିକରେ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ହିନ୍ଦୁଙ୍କର କାର୍ତ୍ତିକ ମାସ ଭଳି ମୁସଲମାନ ଧର୍ମଶାସ୍ତ୍ରରେ ରମଜାନକୁ ଧର୍ମମାସ ଭାବେ ବିବେଚନା କରାଯାଇଥାଏ। ପ୍ରତ୍ୟେକ ମୁସଲମାନ ଏହି ମାସରେ ରୋଜା ବା ଉପଭାସ ରଖିଥାନ୍ତି। ବିଶ୍ୱାସ ରହିଛି ରୋଜା ରଖିବା ଦ୍ୱାରା ଆଲ୍ଲା ସମସ୍ତ ଭୁଲ ମାପ କରିବା ସହ ଆର୍ଶୀବାଦ ପ୍ରଦାନ କରିଥାନ୍ତି। ରମ୍ଜାନ ମାସକୁ ନେଇ ମୁସଲମାନ ଭାଇ ଭଉଣୀଙ୍କ ମଧ୍ୟରେ ଦେଖାଦେଇଛି ବେଶ ଉତ୍ସାହ। ରମଜାନ ମାସରେ ୫ଥର ନମାଜ ପାଠ ସହ ସନ୍ଧ୍ୟାରେ ସ୍ୱତନ୍ତ୍ର ତରାବି ନମାଜ ପାଠ କରାଯାଇଥାଏ ।

ମୁସଲମାନମାନେ ଏଥିପାଇଁ ଭୋର ୩ଟା ୪ମିନିଟ୍ରୁ ଉପବାସ କରୁଛନ୍ତି। ଏହି ସମୟରେ ସେ ପାଣି ମଧ୍ୟ ପିଅନ୍ତି ନାହିଁ। ୩୦ଦିନ ପର୍ଯ୍ୟନ୍ତ ସେମାନେ ଏହି ନିର୍ଜଳା ଉପବାସ କରିଥାନ୍ତି। ସୂର୍ଯ୍ୟଦୋୟ ପୂର୍ବରୁ କିଛି ଖାଦ୍ୟ ଖାଇ ତଥା ସେହେରି ଶାରୀ ଦିନ ତମାମ କାଷ୍ଠା ଉପବାସ କରିବା ସହ ପ୍ରାର୍ଥନା କରିଥାନ୍ତି। ଭୋର ୪ଟାରେ ପ୍ରଥମ ନମାଜ ପାଠ ହୋଇଥାଏ। ଦିନ ସାରା ଉପବାସ ଥିବା ମୁସଲମାନ ଭାଇ ଓ ଭଉଣୀମାନେ ସନ୍ଧ୍ୟା ସାଢ଼େ ୬ଟାରେ ମଗ୍ରିନ୍ ନମାଜ ପରେ ଉପବାସ ଭଙ୍ଗ କରିବା ସହ ଫଳମୂଳ ଓ ମିଠା ଖାଇଥାନ୍ତି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More