Only for Entertainment

ଏହି ଫିଲ୍ମ ପରେ ହ୍ରିତିକ ରୋଶନଙ୍କ ପାଖକୁ ଆସିଥିଲା ୩୦ ହଜାରରୁ ଅଧିକ ବିବାହ ପ୍ରସ୍ତାବ !

google
46

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଟାରୁ ହ୍ୟାଣ୍ଡସମ କଳାକାର କଥା ଉଠିଲେ ଧର୍ମେନ୍ଦ୍ରଙ୍କ ପରେ ହ୍ରିତିକ ରୋଶନଙ୍କ ନାମ ଆସିଥାଏ । ସମୟ ଥିଲା ଯେବେ ଧମେନ୍ଦ୍ରଙ୍କ ପାଇଁ ଯୁବ ପିଢିଙ୍କ ମଧ୍ୟରେ ପଳଗଳପଣ ଦେଖିବାକୁ ମିଳୁଥିଲା । ଲୋକେ ତାଙ୍କୁ ନିଜର ଆଇଡଲ ମାନୁଥିଲେ । ତାଙ୍କ ପରେ ଏବେ ହ୍ରିତିକଙ୍କ ପାଇଁ ସେହି ପାଗଳପଣ ଯୁବ ପିଢିଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ହ୍ରିତିକଙ୍କ ଡ୍ୟାନ୍ସ ହେଉ ବା ଆକ୍ଟିଂ ବା ତାଙ୍କ ଷ୍ଟାଇଲ ଯୁବ ପିଢିଙ୍କୁ ଖୁବ ଆକର୍ଷିତ କରିଥିଲା । ନିଜର ଲୁକ୍ସ ଏବଂ ଡ୍ୟାନ୍ସ ପାଇଁ ସେ ସମସ୍ତଙ୍କର ପ୍ରିୟ କଳାକାର ହୋଇପାରିଛନ୍ତି ।

ହ୍ରିତିକଙ୍କ ପ୍ରତି ଲୋକଙ୍କ ପାଗଳପଣ ସମ ୟ ସହିତ ବଢିବାରେ ଲାଗିଛି । ହ୍ରିତିକ ନିଜର ଡେବ୍ୟୁ ଫିଲ୍ମ ‘କହୋନା ପ୍ୟାର ହେ’ରୁ କେବଳ ପୁଅ ନୁହଁନ୍ତି ଝିଅମାନଙ୍କୁ ମଧ୍ୟ ନିଜର ଡ୍ୟାନ୍ସ ଯାଦୁରେ ପାଗଳ କରିଦେଇଛନ୍ତି ।

ଅଭିନେତା ହ୍ରିତିକ ରୋଶନ ନିକଟରେ କପିଲ ଶର୍ମାଙ୍କ କମେଡି ଶୋ’ରେ ନଜର ଆଗାମୀ ଫିଲ୍ମ ‘ୱାର’ର ପ୍ରମୋଶନ କରିବା ପାଇଁ ପହଁଚିଥିଲେ । ଏଙ୍ଖାରେ ସେ କହିଥିଲେ ଯେ କହେ ନା ପ୍ୟାର ହେ ପରେ ତାଙ୍କ ପାଖକୁ ୩୦,୦୦୦ରୁ ଅଧିକ ବିବାହ ପ୍ରସ୍ତାବ ଆସିଥିଲା । କାରଣ ସେତେ ବେଳେ ହ୍ରିତିକଙ୍କୁ ନେଇ ଝିଅଙ୍କ ମଧ୍ୟରେ ଖୁବ କ୍ରେଜ ଦେଖିବାକୁ ମିଳିଥିଲା ।

ଫିଲ୍ମ ‘ୱାର’ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ହ୍ରିତିକଙ୍କ ବ୍ୟତିତ ବାଣୀ କପୁର ଏବଂ ଟାଇଗର ଶ୍ରଫ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ଏବଂ ଦିଟି ଗୀତ ରିଲିଜ ହୋଇଛି । ଏବଂ ଏହାକୁ ଦର୍ଶକ ଖୁବ ପପସନ୍ଦ ମଧ୍ୟ କରିଛନ୍ତି । ଟାଇଗର ଶ୍ରଫ ନିଜର ଆଇକନ ହ୍ରିତିକଙ୍କ ସହିତ ଏହି ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମ ୨ ଅକ୍ଟୋବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More