Only for Entertainment

‘ଦ କପିଲ ଶର୍ମା’ଶୋ’ ନେଇ ପରଦାକୁ ଫେରୁଛନ୍ତି କମେଡି କିଙ୍ଗ କପିଲ, ଟ୍ୱିଟ କରି ଜଣାଇଲେ !

India Today
45

କମେଡିଆନ କପିଲ ଶର୍ମା ଖୁବ ଶୀଘ୍ର ଟିଭି ପରଦାକୁ ଫେରୁଛନ୍ତି ନିଜ କମେଡି ଶୋ’ ନେଇ । ଏହା କପିଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଏହି ଖବରକୁ ନିଜେ କପିଲ ସୋସିଆଲ ମିଡିଆରେ ଶେୟାର କରି ଜଣାଇଛନ୍ତି । ନିଜ ଟ୍ୱିଟର ଅକାଉଂଟରେ କପିଲ ଲେଖିଛନ୍ତି ଯେ ‘ଦ କପିଲ ଶର୍ମା’ଶୋ’ ନେଇ ସେ ପରଦାକୁ ଫେରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କପିଲ ଶର୍ମା ଲମ୍ବା ସମୟପରେ ଟିଭି ପରଦାକୁ ଫେରୁଛନ୍ତି । କପିଲ ଇଣ୍ଡଷ୍ଟ୍ରିରେ ଅନେକ ଆରୋପ ଯୋଗୁଁ ଲାଇମଲାଇଟରୁ ଦୂରେଇ ରହିଥିଲେ । ଏହାମଧ୍ୟରେ ତାଙ୍କ ଶରୀରକୁ ନେଇ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଛି । ସେହିଭଳି କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ତାଙ୍କର ଓଜନ ବୃଦ୍ଧି ଥିବା ନଜର ଆସିଥିଲା । ଏହିଭଳି କପିଲ ପରଦାକୁ ଫେରିବା ଲାଗି ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଡାଇରେକ୍ଟ ଟୁ ହୋମ ଏବଂ ସୋନି ପିକ୍ଚର୍ସର ଶୁଳ୍କ ମତଭେଦ ଯୋଗୁଁ କପିଲ ଟାଟା ସ୍କାଇକୁ ବିନା ଶୁଳ୍କରେ ମନୋରଂଜନ ଲୋକଙ୍କ ପାଖରେ ପହଂଚାଇବାକୁ ଅନୁରୋଧ କରିଛନ୍ତି । ରିପୋର୍ଟ ମୁତାବକ ଆଗାମୀ ସପ୍ତାହ ମଧ୍ୟରେ ଶୋ’ର ପ୍ରମୋ ରିଲିଜ ହେବାର ସମ୍ଭାବନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More