Only for Entertainment

କପିଲଙ୍କ ସୋ’ରୁ ବାହାରିଲା ପରେ, ଏବେ ସିଦ୍ଧୁଙ୍କୁ ଫିଲ୍ମ ସିଟିରେ ପ୍ରବେଶ ମନା!

25

କ୍ରିକେଟର ତଥା ରାଜନେତା ନବଜୋତ୍‌ ସିଂହ ସିଦ୍ଧୁ ଏବେ ନିଜ ବୟାନ ପାଇଁ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ସିଦ୍ଧୁ ଯେଉଁଭଳି ଭାବରେ ନିଜର ମତ ରଖିଥିଲେ, ତାହା ତାଙ୍କୁ ବିବାଦରେ ଛନ୍ଦି ଦେଇଥିଲା । ପ୍ରଥମେ ତାଙ୍କୁ କପିଲ ଶର୍ମାଙ୍କ କମେଡି ସୋ’ରୁ ବାହାର କରି ଦିଆ ଯାଇଥିବା ବେଳେ ଏବେ ତାଙ୍କର ଫିଲ୍ମସିଟି ମଧ୍ୟକୁ ପ୍ରବେଶ ମଧ୍ୟ ନିଷେଧ କରି ଦିଆଯାଇଛି । ଏବେ ସିଦ୍ଧୁ ଫିଲ ସିଟି ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ । ପଶ୍ଚମ ଭାରତ ସିନେ କର୍ମଚାରୀ ମହାସଂଘ ପକ୍ଷରୁଏହି ନିଷେଧାଦେଶ ଜାରି କରାଯାଇଛି । ଉଲ୍ଳେଖଯୋଗ୍ୟ, ଏହା ପୂର୍ବରୁ ପାକିସ୍ତାନୀ କଳାକାରମାନଙ୍କୁ ବଲିଉଡ୍‌ରେ କାମ କରିବା ନେଇ ନିଷେଧାଦେଶ ଜାରି ହୋଇଥିଲା ।

ସୂଚନା ମୁତାବକ, ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ସିଦ୍ଧୁ, କିଛି ଲୋକଙ୍କ ଦୋଷ ପାଇଁ ସାରା ଦେଶକୁ ଦଣ୍ଡ ଦେବା ଠିକ୍‌ ନୁହେଁ । ଏଭଳି ଭୀରୁ ଆଚରଣକୁ ମୁଁ ନିନ୍ଦା କରୁଛି । କିନ୍ତୁ ଯିଏ ଦାୟୀ, ତାକୁ ହିଁ ଦଣ୍ଡ ମିଳୁ ବୋଲି କହିଥିଲେ ସିଦ୍ଧୁ । ଯାହା ପରେ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More