Only for Entertainment

ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଏହି କାମ କରିବେ ବାହୁବଳୀ ଷ୍ଟାର ପ୍ରଭାସ

aajtak
260

ଏହି ଥର ଦ କପିଲ ଶର୍ମା ଶୋ’ରେ ନଜର ଆସିବେ ବଲିଉଡ ଷ୍ଟାର ପ୍ରଭାସ । ସେ ତାଙ୍କ ଆଗାମୀ ଫିଲ୍ମ ସାହୋ’ର ପ୍ରମୋଶନ ପାଇଁ ଏହି ସେଟ୍ରେ ନଜର ଆସିବେ । ଶୋ’ରେ ପ୍ରଭାସଙ୍କ ସହିତ ନୀଲ ନିତିନ ମୁକେଶ ଏବଂ ଶ୍ରଦ୍ଧା କପୂର ମଧ୍ୟ ନଜର ଆସିବେ ।

ନିକଟରେ ଏହାର ସୁଟିଂ ଶେଷ ହୋଇ ଯାଇଛି । ଶୋ’ରେ କପିଲ କମ କହୁଥିବା ପ୍ରଭାସଙ୍କୁ ହସିବାକୁ ବାଧ୍ୟ କରିଦେଲେ । କପିଲ ପ୍ରଭାସଙ୍କୁ କେତେକ ମଜାଦାର ପ୍ରଶ୍ନ ପଚାରିଲେ । ଏଥିରେ ଥିବା ସବୁଠାରୁ ମଜାଦାର ପ୍ରଶ୍ନଟି ହେଉଛି ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେଲେ ପ୍ରଭାସ କ’ଣ କରିବେ । ଏହି ପ୍ରଶ୍ନ ଶୁଣିବା ମାତ୍ରେ ପ୍ରଭାସ କହିଲେ ସେ ବଲିଉଡରୁ ସମସ୍ତ ଇଂଟରଭ୍ୟୁ ଉଠାଇଦେବେ । ଏହାକୁ ଶୁଣି କପିଲ ନିଜ ହସକୁ ଅଟକାଇ ପାରିଲେ ନାହିଁ । କାରଣ ସେ ନିଜେ ପ୍ରଭାସଙ୍କ ଇଂଟରଭ୍ୟୁ ନେଉଥିଲେ ।

 

ଏହା ସହିତ ଶ୍ରଦ୍ଧାଙ୍କୁ କପିଲ ଏକ ପ୍ରଶ୍ନ ପଚାରିଲେଯେ, ସୁଟିଂ ଆରମ୍ଭ ହେବା ଠିକ ପୂର୍ବରୁ ଶ୍ରଦ୍ଧାଙ୍କ ପେଟ ଖରାପ ହୋଇଯାଏ? ଏହାର ଉତ୍ତରରେ ଶ୍ରଦ୍ଧା କହିଲେ ହଁ ସତ । ଏହାର ସୁଯୋଗରେ କପିଲ କହିଲେ ଓଃ, ଶ୍ରଦ୍ଧା ତା ହେଲେ ଶୋ ଆରମ୍ଭ ହେବା ପୂର୍ବରୁ ତୁମେ ତିନି ଥର ସେଥିପାଇଁ ୱାଶରୁମ ଯାଇଥିଲ । ଏହାପରେ ସମସ୍ତେ ହସିବାକୁ ଲାଗିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More